(ସୁରେଶ କୁମାର ସାମନ୍ତରାୟ): ସହିଦ ହେମନ୍ତ ପଣ୍ଡାଙ୍କ ଶେଷକୃତ୍ୟ ତାଙ୍କ ଗାଁରେ ଅନୁଷ୍ଠିତ ହୋଇଯାଇଛି । ୪ ବର୍ଷ ହେଲା ଭାରତୀୟ ସେନାରେ ଲାନ୍ସ ନାୟକ ଭାବେ କାମକରୁଥିଲେ । କିନ୍ତୁ ସାଧାରଣତନ୍ତ୍ର ଦିବସରେ କାଶ୍ମୀରର ବାରମୁଲାରେ ଆତଙ୍କବାଦୀଙ୍କ ସହ ଗୁଳିରେ ସହିଦ ହୋଇଥିଲେ।
ଖୋର୍ଦ୍ଧା ଜିଲ୍ଲାର ଅଠରାଙ୍ଗ ଗ୍ରାମର ଅବସରପ୍ରାପ୍ତ ସୁବେଦାର ମେଜର ପବିତ୍ର ମୋହନ ପଣ୍ଡାଙ୍କ ଏକମାତ୍ର ପୁଅ ଥିଲେ ହେମନ୍ତ। ୨୦୧୫ ଜାନୁଆରୀ ୫ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ୧୨୦ ଗାର୍ଡ, ୪୬ ରାଷ୍ଟ୍ରୀୟ ରାଇଫଲ ବାଟାଲିୟନର (ପ୍ୟାରେଣ୍ଟ ୟୁନିଟ୍) ମେକାନାଇଜ୍ ଗାର୍ଡ ଲାୟନ୍ସ ନାଏକ ଗନର ଭାବେ ସେ ପରିଚିତ ଥିଲେ। ଶନିବାର ଅପରାହ୍ନ ପ୍ରାୟ ୩ଟା ୩୩ରେ ଜମ୍ମୁ କଶ୍ମିରର ଶ୍ରୀନଗର ବାରମୁଲା ସୀମାରେ ସର୍ଚ୍ଚ ଅପରେଶନ ଚାଲିଥିଲା। ଲୁଚି ରହିଥିବା ଆତଙ୍କବାଦୀମାନେ ଯବାନମାନଙ୍କ ଉପରକୁ ଆଖିବୁଜା ଗୁଳି ବର୍ଷଣ କରିଥିଲେ। ଯବାନମାନେ ମଧ୍ୟ ସେମାନଙ୍କୁ ଜବାବ ଦେଇଥିଲେ। ତେବେ ଆତଙ୍କବାଦୀଙ୍କ ଗୋଟିଏ ଗୁଳି ହେମନ୍ତଙ୍କ ଡାହାଣ କାନର ଉପର ମୁଣ୍ଡରେ ବାଜିଥିଲା। ଘଟଣାସ୍ଥଳରେ ହିଁ ହେମନ୍ତ ଟଳି ପଡିଥିଲେ। ସ୍ଥାନୀୟ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ମରଶରୀରକୁ ରାଷ୍ଟ୍ରୀୟ ମର୍ୟ୍ୟାଦା ଦେଇ ନୂଆଦିଲ୍ଲୀରୁ ରବିବାର ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା। ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଶହୀଦ ହେମନ୍ତଙ୍କ ମରଶରୀରକୁ ଜନ୍ମସ୍ଥାନ ଅଠରାଙ୍ଗକୁ ନିଆଯାଇଥିଲା। ରାତି ପ୍ରାୟ ସାଢ଼େ ୧୧ଟାରେ ମରଶରୀର ଗ୍ରାମରେ ପହଞ୍ଚତ୍ବା