(ରିପୋର୍ଟସ ଟୁଡେ): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦିଲ୍ଲୀ ପୋଲିସର ଇଓଡବ୍ଲୁ ସମନ ଜାରି କରିଛି । ଶୁକ୍ରବାର ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ନିରଞ୍ଜନଙ୍କ ସହିତ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ମଧ୍ୟ ଏହି ସମନ ଜାରି କରିଛି ଦିଲ୍ଲୀ ପୋଲିସ । ଏକ ଠକେଇ ମାମଲାରେ ହାଜର ହେବାକୁ ନିରଞ୍ଜନଙ୍କୁ ଏହି ସମନ ଜାରି ହୋଇଥିବା କଥା ଏଏନଆଇରୁ ପ୍ରକାଶ ପାଇଛି ।
ଏହାର ପ୍ରତିକ୍ରିୟାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ “ମୁଁ ଏର୍ୟ୍ୟନ୍ତ କୌଣସି ନୋଟିସ ପାଇନାହିଁ, ଯଦି ନୋଟିସ ପାଏ ତେବେ ହାଜର ହେବି” ବୋଲି କହିଛନ୍ତି. ।ଏହା ସହ ନିରଞ୍ଜନ କହିଛନ୍ତି ଯେ “ବହୁ ବର୍ଷ ତଳେ କମ୍ପାନୀର ନିର୍ଦ୍ଦେଶକ ଥିଲି, ନିର୍ଦ୍ଦେଶକ ପଦରୁ ମଧ୍ୟ ବହୁବର୍ଷ ଇସ୍ତଫା ଦେଇ ସାରିଛି” । ତେବେ ପୋଲିସକୁ ତଦନ୍ତରେ ସହଯୋଗ କରିବି ଯଦି କିଛି ଚୋରି କରିଥାଏ, ତେବେ ପୋଲିସ ବାନ୍ଧୁ । ଏହି ଖବର କଂଗ୍ରେସ ପାର୍ଟିକୁ ଏବେ ଅଡୁଆ ପକାଇବା ନେଇ ସମ୍ଭାବନା ରହିଛି