ନିରାମୟ କେନ୍ଦ୍ରରୁ ରୋଗୀକୁ ମିଳିଲା ଏକ୍ସପାରି ମେଡ଼ିସିନ

0

(ଚିତ୍ତରଞ୍ଜନ ସାହୁ / ବରଗଡ): ଆଜି ବରଗଡର ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ଏକ ସାଂଘାତିକ ଅଭିଯୋଗ ଆସିଛି ସୁକାନ୍ତ ସୁନା ନାମକ ଏକ ରୋଗି ବରଗଡର ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ତାଙ୍କର ଗୋଡରେ ଏକ ଅସୁବିଧା ହେତୁ ଡାକ୍ତରଙ୍କ ପରାମର୍ଶରେ ନିରାମୟ ଔଷଧ ବିତରଣ କେନ୍ଦ୍ରରୁ ଗୋଟିଏ ମଲମ ନେଇଥିଲେ । ଏବଂ ସେ ସଂଗେ ସଂଗେ ଦେଖିବାକୁ ପାଇଲେ ମଲମର ଏକ୍ସପାରି ଅବଧି ୨୦ ଜୁଲାଇ ୨୦୨୦ ରୁ । ଶେଷ ହୋଇ ଗଲାଣି ତୁରନ୍ତ ସେ ସିଡିଏମ୍ଓଙ୍କ ପାଖରେ ଅଭିଯୋଗ କଲେ ସିଡିଏମ୍ଓ ଘଟଣାସ୍ଥଳକୁ ଆସି ମେଡିସିନର ଯାଞ୍ଚ କରିଛନ୍ତି । ଏବଂ ନିଜର ଦୋଷ ସ୍ୱିକାର କଲେ । ଦୋଷି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଭଳି ଭୁଲ ଆଗକୁ ଯେପରି ନ ହୁଏ ସେ ପ୍ରତି କର୍ମଚାରି ମାନଙ୍କୁ ତାଗିତ ତାଗିତ କରିଥିଲେ ।