ନିର୍ବାଚନୀ ମଇଦାନ: ଦୁଇ ଭଉଣୀ ମୁହାଁମୁହିଁ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଦୁଇ ଝିଅଙ୍କୁ ନେଇ ଏବେ ରାଜନୈତିକ ମହଲରେ ଉତ୍ସୁକତା ବଢିବାରେ ଲାଗିଛି । ଦୁଇ ଝିଅ ଏବେ ଗୋଟିଏ ପଥର ଯାତ୍ରୀ । ଉଭୟ ଚଳିତ ନିର୍ବାଚନ ଲଢିବେ ଓ ଗୋଟିଏ ଆସନରୁ, ସୁନ୍ଦରଗଡ ।
ହେମାନନ୍ଦ କଂଗ୍ରେସର ବରିଷ୍ଠ ନେତା ହୋଇଥିବା ବେଳେ ତାଙ୍କ ଦୁଇ ଝିଅ ସୁନିତା ଓ ଅମିତା ଉଭୟ ଗୃହିଣୀ ଥିଲେ । କିଛି ବର୍ଷ ପୂର୍ବେ ସୁନିତା କଂଗ୍ରେସ ଦଳରେ ସାମିଲ ହେବା ସହ ସୁନ୍ଦରଗଡ ମହିଳା ମଞ୍ଚର ସଭାପତି ରହିଥିଲେ । ତେବେ କିଛି ଦିନ ତଳେ ସେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ । ଏହା ପଛର କାରଣ କଣ ଥିଲା ତାହାକୁ ନେଇ ଆଲୋଚନା ହେଉଥିବା ବେଳେ କଂଗ୍ରେସ ସୁନ୍ଦରଗଡ ବିଧାନସଭା ଆସନରୁ ସୁନିତାଙ୍କ ସାନ ଭଉଣୀ ଅମିତାଙ୍କୁ ପ୍ରାର୍ଥୀ କରୁଛି । ତେବେ କଣ ସୁନିତା ଅମିତାଙ୍କୁ ବାଟ ଛାଡିବାକୁ ଯାଇ କଂଗ୍ରେସ ଛଡି ବିଜେଡିରେ ଯୋଗ ଦେଇଥିଲେ ।
କାରଣ ଯାହା ହେଉନା କାହିଁକି, ଏବେ ସମସ୍ତିଙ୍କ ନଜର ସୁନ୍ଦରଗଡ ବିଧାନସଭା ଆସନ ଉପରେ । ଦେଖିବାକୁ ଅଛି ହେମାନନ୍ଦଙ୍କ କେଉଁ ଝିଅ ବିଜୟ ମୁକୁଟ ପିନ୍ଧିବେ । ହେମାନନ୍ଦ କେଉଁ ଝିଅଙ୍କ ପାଇଁ ନିଜ ସମର୍ଥନ ଦେବେ ।