( ତ୍ରିଲୋଚନ/ ମୃତ୍ୟୁଞ୍ଜୟ) : ଆଇପିଏସ ଆଶିଷ ସିଂହଙ୍କ ବାସଭବନ ଓ କାର୍ଯ୍ୟାଳୟ ଏବେ ବିଜେଡି କାର୍ଯ୍ୟାଳୟରେ ପରିଣତ ହୋଇଛି । ସେଠାରେ କାହାକୁ ଟିକେଟ ମିଳିବ ନମିଳିବ ସେନେଇ ନିଷ୍ପତ୍ତି ନିଆଯିବା ସହିତ ପ୍ରାର୍ଥୀଙ୍କୁ ଧମକ ଦିଆଯାଉଛି । ତୁରନ୍ତ ତାଙ୍କର ବଦଳି ସହ ତାଙ୍କ ଗତିବିଧି ଉପରେ ନଜର ରଖାଯାଉ ବୋଲି ଦାବି କରିଛି ବିଜେପି ।