ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ରାଷ୍ଟ୍ରଙ୍କୁ ସମ୍ପତ୍ତି ଦାନ

0

(ଦୀପକ କୁମାର /ଯାଜପୁର)ରିପୋର୍ଟସଟୁଡେ: ଯାଜପୁର ଜିଲ୍ଲା ଦଶରଥପୁର ଅନ୍ତର୍ଗତ ମୁରାରିପୁର ଗ୍ରାମର ଜଣେ ବରିଷ୍ଠ ସାମ୍ବାଦିକ କ୍ଷେତ୍ର ମୋହନ ମିଶ୍ର (୭୫)ବର୍ଷ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାଶ ଙ୍କ ନିକଟରେ ପୁଅ ବୋହୂ ଙ୍କ ନିର୍ୟାତନା ରେ ଜର୍ଜରିତ ହୋଇ ସରକାର ଙ୍କ ଆଶ୍ରାରେ ବଂଚିରହିବା ପାଇଁ ଆକୁଳ ନିବେଦନ କରିଛନ୍ତି।ପୈତୃକ ସମ୍ପତି ଉପରେ ପୁତ୍ରର ପିତୃଦତ ଅଧିକାର କୁ ଛିହ୍ନ କରି କ୍ଷେତ୍ରମୋହନ ନିଜର ସମସ୍ତ ସମ୍ପତି ଜିଲ୍ଲାପାଳଙ୍କ ମାରଫତରେ ରାଷ୍ଟ୍ରକୁ ଦାନ କରିଛନ୍ତି।ଏ ନେଇ ଏକ ଉଇଲ ପତ୍ର ମଧ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।ଉଇଲ ପତ୍ରର ଲିଖିତ ଅଭିଯୋଗର ସାରାଂଶ ବି ବେଶ ମାର୍ମିକ ଓ ହୃଦୟ ବିଦାରକ।ଆଜି ନିଜର ଗଭୀର ଦୁଃଖ ଗଣମାଧ୍ୟମ ଆଗରେ ତାଙ୍କ ପ୍ରତିକ୍ରିୟାରେ ରଖିଛନ୍ତି।ଯାଜପୁର ଦଶରଥପୁରରେ ଏଭଳି ଏକ ଘଟଣା ଜିଲ୍ଲା ବ୍ୟାପି ଚର୍ଚ୍ଚାର ବିଷୟ ହୋଇଛି।