ନୀଳ ଦୁଧ ନେଲା ୫ ଜୀବନ

0

ଋିପୋର୍ଟରସ୍ ଟୁଡେ: ଉତ୍ତର ପ୍ରଦେଶର ପିଲିଭିତ ଜିଲ୍ଲାର ଏକ ଗାଁରେ ଆଜି ଶୋକର ଛାୟା ଖେଳିଗଲା ଯେତେବେଳେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଥିଲା । କେହି ଦୁଧରେ ବିଷ ମିଶାଇ ପୂରା ପରିବାରକୁ ମାରିବାର ଷଡଯନ୍ତ୍ର କରିଥିବା ସେଠାରେ ଚର୍ଚ୍ଚା ହେଉଛି ।
ଖବର ଅନୁଯାୟୀ, ପିଲିଭିତ ଥାନା ଅଧୀନ ଜହାନାବାଦର ବେନିପୁର ଗାଁରେ ରହୁଥିବା ବେଗରାଜ(୫୫), ତାଙ୍କ ସହିତ ତାଙ୍କ ପୁଅ ନେମ ଚାନ୍ଦ(୪୦), ଝିଅ ଗାୟତ୍ରି (୨୮) ଓ ପତ୍ନୀ ରାମବତୀ (୫୩) ଓ ବୋହୁ ମମତା (୩୦)ଙ୍କ ମୃତ୍ୟୁ ହୋଇଯାଇଛି । ସ୍ଥାନୀୟ ବାସୀନ୍ଦାଙ୍କ ଠାରୁ ଖବର ପାଇ ପୋଲିସ ସେଠାରେ ପହଞ୍ôଚବା ସହ ମୃତ ଦେହଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଥିଲା । ପ୍ରାଥମିକ ତଦନ୍ତ ସମୟରେ ପୋଲିସ ସନ୍ଦେହ କରିଥିଲା କି ବିଷକ୍ରିୟା ଯୋଗୁ ସମସ୍ତଙ୍କ ମୃତ୍ୟୁ ହୋଇଛି । ଯାଞ୍ଚ କରିବାରେ ଘରଭିତରୁ ନୀଳ ରଙ୍ଗର ଦୁଧ ପ୍ୟାକେଟ ମିଳିଥିଲା । ସେହି ଦୁଧକୁ ପିଇ ସମସ୍ତଙ୍କ ମୃତ୍ୟୁ ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।