ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । କଡା ସୁରକ୍ଷା ବଳୟରେ ଭାରତରେ ପହଞ୍ଚି ସାରିଛନ୍ତି ଆମେରିକା ରାଷ୍ଟ୍ରପତି । ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ବିମାନ”ଏୟାରଫୋର୍ସ ୱାନ ‘ ଭାରିରେ ପହଞ୍ଚି ସାରିଛି । ଆଉ ଏଥିରେ ଆମେରିକାରୁ ଯାତ୍ରା କରି ଭାରତ ଆସିଛନ୍ତି ବାଇଡେନ । ତେବେ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ବିଭିନ୍ନ ଦେର ରାଷ୍ଟ୍ର ମୁଖ୍ୟ ଭାରତରେ ପହଞ୍ଚିଥିବା ବେଳେ ଏବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତରେ ଆସି ପହଞ୍ଚି ସାରିଛନ୍ତି । ବିମାନବନ୍ଦରରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ବି.କେ ସିଂ ତାଙ୍କୁ ସ୍ୱାଗତ କରିଥିଲେ । ବାଇଡେନ ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ । ସେ ଆଗାମୀ ୩ଦିନ ପର୍ୟ୍ୟନ୍ତ ଭାରତରେ ରହିବେ । ତେବେ ଆଜି ମୋଦି-ବାଇଡେନ ଦ୍ୱିପାକ୍ଷିକ ଆଲୋଚନା ରହିଥିବାବେଳେ ଏୟାରପୋର୍ଟରୁ ଓହ୍ଲାଇ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଯାଇଛନ୍ତି ବାଇଡେନ ।
ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ବିଶ୍ୱ ନେତାମାନେ ମଧ୍ୟ ଆସିବା ଆରମ୍ଭ କରିଛନ୍ତି। ଆଜି ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ଋଷି ସୁନକଙ୍କ ଏହା ପ୍ରଥମ ଭାରତ ଗସ୍ତ। ତାଙ୍କ ପୂର୍ବରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ନୂଆଦିଲ୍ଲୀରେ ପହଞ୍ଚିଥିଲେ। ଏହା ବ୍ୟତୀତ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏବଂ ଆର୍ଜେଣ୍ଟିନାର ରାଷ୍ଟ୍ରପତି ଅଲବର୍ଟୋ ଫର୍ଣ୍ଣାଣ୍ଡିଜ୍ ଦିଲ୍ଲୀରେ ପହଞ୍ଚିଛନ୍ତି। ଜି-୨୦ ଶିଖର ସମ୍ମିଳନୀ ଆୟୋଜନକୁ ବ୍ରିଟିଶ ପିଏମ ସୁନକଙ୍କ ଭୁରି ଭୁରି ପ୍ରଶଂସା ।