ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି

0

ପୁରୀ:ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ଶ୍ରୀମନ୍ଦିର ଭିତରେ ବାହାରେ ଭିଡ଼ ବଢ଼ୁଛି । ଲୋକଙ୍କ ଗହଳି ଏତେ ମାତ୍ରାରେ ରହୁଛି ବଡ଼ ଦାଣ୍ଡରେ ଯିବା ଆସିବା କରିବା କାଠିକର ପାଠ ହୋଇଯାଉଛି । ଗତ ସୋମବାର ଦିନ ମୟୁରଭଂଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ହୃଦାନନ୍ଦ ହାଇସ୍କୁଲର ୮ଜଣ ଛାତ୍ରୀ ଅଣନିଶ୍ୱାସୀ ହୋଇପଡ଼ିବାରୁ ଅଚେତ ହୋଇଯାଇଥିଲେ । ଗୋଟେ ଦିନ ପରେ ନୂଆବର୍ଷ । ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ।ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ଅସ୍ଥାୟୀ ସେଡକୁ ମାର୍କେଟ ଛକ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି । ଏଥିପାଇଁ ୨୦ ଫୁଟ ଓସାରରେ ବଡ଼ଦାଣ୍ଡ ମଝିରେ ବାଉଁଶର ବାରିକେଡ୍ କରାଯାଇଛି । ଭକ୍ତମାନେ ମାର୍କେଟ ଛକରୁ ଏହାରି ଭିତରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବେ । ଯେହେତୁ ମାର୍କେଟ ଛକରୁ ସେଡ୍ କରାଯାଇଛି, ଭକ୍ତମାନେ ଜୋତା ରଖିବାକୁ ଅସ୍ଥାୟୀ ଜୋତା ଷ୍ଟାଣ୍ଡର ବିି ବ୍ୟବସ୍ଥା କରାଯାଇଛି । ସେପଟେ ନୂଆ ବର୍ଷ ଭିଡ଼ ନିୟନ୍ତ୍ରଣ ପାଇଁ ଆସନ୍ତକାଲି ଠାରୁ ୩ ଦିନ ପର୍ଯ୍ୟନ୍ତ ମାର୍କେଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।