(ଅନୁସ୍ୱୟା)ଭୁବନେଶ୍ୱର: ଫିକା ପଡ଼ିପାରେ ନୂଆବର୍ଷ । ନୂଆବର୍ଷରେ ଉତ୍ତର ପଶ୍ଚିମ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା ରହିଛି । ୨ରୁ ୪ଯାଏଁ ସାରା ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ଥିବା ସୂଚନା ମିଳିଛି । ବର୍ତ୍ତମାନ ୧୧ଟି ଜିଲ୍ଲାରେ ୧୦ଡିଗ୍ରୀ ତଳେ ରହିଛି ପାରଦ । ୫ ଜିଲ୍ଲାରେ ସିଭିୟର କୋଲ୍ଡ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି । ଅନୁଗୁଳ, କେଉଁଝର, ବଲେଶ୍ୱର, ଦେବଗଡ଼ ଓ ମୟୂରଭଞ୍ଜରେ ସତର୍କ ରହିବାକୁ ପରାମର୍ଶ ଜାରି ହୋଇଛି । ଏହି ସମୟରେ ତାପମାତ୍ରା କମିବା ସମ୍ଭାବନା ରହିଛି । ସେହିପରି ୧୮ ଜିଲ୍ଲାକୁ କୋଲ୍ଡ ୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।