ନୂତନ ଜେଲ ମାନୁଆଲ: ଦୋଷୀ କଏଦୀଙ୍କ ପାଇଁ ମାସରେ ୨ ଥର ସାକ୍ଷାତକାର ସୁଯୋଗ

0

ଭୁବନେଶ୍ୱର: ୬ କଏଦୀଙ୍କ ପାଇଁ ରହିବେ ଜଣେ ସୁରକ୍ଷାକର୍ମୀ। ନୂତନ ଜେଲ ମାନୁଆଲରେ ଏହି ନିର୍ଦ୍ଦେଶ ରହିଛି ଓ ଏହାକୁ ସରକାରଙ୍କ ଅନୁମୋଦନ ମିଳିଛି । ସେପ୍ଟେମ୍ବର ୨୯ରେ ବିଜ୍ଞପ୍ତି ପ୍ରକାଶ ପରେ କାର୍ୟ୍ୟକାରୀ ହେଲା ନୂଆ ଜେଲ୍‌ ମାନୁଆଲ୍‌। ପୂର୍ବରୁ ୧୯୪୨ର ଜେଲ୍ ମାନୁଆଲକୁ ଅନୁସରଣ କରାଯାଉଥିଲା।
ନୂଆ ଜେଲ ମାନୁଆଲରେ କଏଦୀଙ୍କ ମାନବାଧିକାରକୁ ଅକ୍ଷୁର୍ଣ୍ଣ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ସେମାନଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଜେଲ୍‌ରେ କଏଦୀଙ୍କ ଚିକିତ୍ସା ସୁବିଧା, ଜେଲ୍ ପରିଚାଳନାକୁ ବି ଏହି ମାନୁଆଲରେ ଗୁରୁତ୍ୱ ଦିଆଯାଇଛି। ସେହିପରି ସର୍କଲ ଜେଲ୍‌ରେ ହଜାରେ, ଜିଲ୍ଲା ଜେଲ୍‌ରେ ୫୦୦ କଏଦୀ, ସବ୍ ଜେଲ୍‌ରେ ୩୦୦ କଏଦୀ ଙ୍କୁ ରଖିବାକୁ କୁହାଯାଇଛି । । ଦୋଷୀ କଏଦୀଙ୍କ ପାଇଁ ମାସରେ ୨ ଥର ସାକ୍ଷାତକାର ବ୍ୟବସ୍ଥା ହୋଇଛି।