ନୂତନ ବସଷ୍ଟାଣ୍ଡ ପାଲଟିଛି ପାର୍କିଙ୍ଗ ସ୍ଥଳ : ଉଦଘାଟନ କେବେ !

0

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ହିଞ୍ଜିଳିକାଟୁ ପୌରାଞ୍ଚଳ ସମ୍ମୁଖରେ ନୂତନ ବସଷ୍ଟାଣ୍ଡ । କେବେ ଉଦଘାଟନ ହେବ ତାହାକୁ ନେଇ ସାଧାରଣରେ ଚର୍ଚ୍ଚା । କୋଟି କୋଟି ଟଙ୍କା ବ୍ୟୟ କରାଯାଇ ୫୯ ନମ୍ବର ଜାତୀୟ ରାଜପଥ କଡ଼ରେ ଝଲସୁଛି ନିର୍ମିତ ନୂତନ ବସଷ୍ଟାଣ୍ଡ । ଅସ୍ଥାୟୀ ବସଷ୍ଟାଣ୍ଡରେ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ନୂତନ ବସଷ୍ଟାଣ୍ଡ କେବେ କାର୍ୟ୍ୟକାରୀ ହେବ ତାହା ଜଣାପଡ଼ୁନାହିଁ । ଅନ୍ୟପଟେ ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ୟ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ବର୍ତମାନ ଏହା ପାର୍କିଙ୍ଗ ସ୍ଥଳ ପାଲଟିଛି । ତେବେ କେବେ ଏହି ନୂତନ ବସଷ୍ଟାଣ୍ଡ ଉଦଘାଟନ ହେବ ଓ ଲୋକଙ୍କ ସେବାରେ ଲାଗିବ ତାହା ଆଗାମୀ ଦିନରେ ହିଁ ଜଣାପଡିବ । ଅନ୍ୟପଟେ ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅତିଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ଗ୍ରସ୍ତ କରି ନୂତନ ବସ ଷ୍ଟାଣ୍ଡକୁ ଶୁଭ ଉଦଘାଟନ କରିପାରନ୍ତି ।