ନୂତନ ଭୋଟର ତାଲିକା ସଂଶୋଧନ ଓ ପଞ୍ଜିକରଣ କାର୍ୟ୍ୟ ଆରମ୍ଭ

0

(ଜୟନ୍ତ କୁମାର ସେଠୀ / ପୁରୀ): ପୁରୀ ଜିଲ୍ଲାରେ ଆସନ୍ତା ନଭେମ୍ବର ୧୬ ତାରିଖରୁ ନୂତନ ଭୋଟର ତାଲିକା ସଂଶୋଧନ ଓ ପଞ୍ଜିକରଣ କାର୍ୟ୍ୟ ଆରମ୍ଭ ହେବ। ଏକ ସାମ୍ୱାଦିକ ସମିଳନୀ ଏହି ସୂଚନା ଦେଇଛନ୍ତି ପୁରୀ ଉପ ଜିଲ୍ଲାପାଳ । ଉପ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଏହି ଭୋଟର ତାଲିକା ସଂଶୋଧନ ଓ ନୂତନ ପଞ୍ଜିକରଣ କାର୍ୟ୍ୟ ଆସନ୍ତା ଡିସେମ୍ବର ମାସ ୧୫ ତାରିଖ ପର୍ୟ୍ୟନ୍ତ ଚାଲିବ । ଆସନ୍ତା ୧୫ ଜାନୁଆରୀରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏ ନେଇ ପ୍ରସାସନ ପକ୍ଷରୁ ସଚେତନତା ପାଇଁ କ୍ୟାମ୍ପେନିଂ ହେବ। ସେହିପରି ପ୍ରତି ବୁଥରେ ଜଣେ ବୁଥ ଅଧିକାରୀ ଏହି ଭୋଟର ତାଲିକା ସଂଶୋଧନ ଓ ନୂତନ ପଞ୍ଜିକରଣ କାର୍ୟ୍ୟ କରିବେ। ଏ ନେଇ ନିର୍ବାଚନ କମିଶନଙ୍କ ଦ୍ଵାରା ଦିଆଯାଇ ଥିବା ଫର୍ମ ପୂରଣ କରି ପ୍ରତ୍ୟେକ ଭୋଟର ନିଜର ସଂଶୋଧନ ଓ ପଞ୍ଜିକରଣ କାର୍ୟ୍ୟ କରିବେ। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ରାଜନୈତିକ ଦଳଙ୍କ ଆଲୋଚନା କରାଯାଇ କିଭଳି ଶୃଙ୍ଖଳିତ ଭାବେ ଏହି କାର୍ୟ୍ୟ ସମାପନ ହେବ ସେ ନେଇ ସମସ୍ତ ବ୍ୟବସ୍ଥା ହୋଇଥିବା ପୁରୀ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।