ନେପାଳ ପଠାଗଲା ୧୭୯ ଉଦ୍ଧୃତ ନେପାଳୀଙ୍କୁ

0

(ଶିଳାସ୍ମିତା ରାୟ)ଭୁବନେଶ୍ୱର: ମଣିପୁର ସରକାର ୧୭୯ ଜଣ ନେପାଳୀ ନାଗରିକଙ୍କୁ ନେପାଳ ସରକାରକୁ ହସ୍ତାନ୍ତର କରିଛି । ଏମାନେ ମାନବ ଚାଲାଣ ରାକେଟରେ ଛନ୍ଦି ହୋଇ ଭାରତରେ ପହଞ୍ôଚଥିଲେ । ସେମାନଙ୍କ ମଧ୍ୟରେ ୧୪୭ ଜଣ ମହିଳା ଅଛନ୍ତି । ସେମାନଙ୍କୁ ମଣିପୁରର ବିଭିନ୍ନ ହୋଟେଲରୁ ଉଦ୍ଧାର କରାଯାଇଥିଲା । କୁହାଯାଉଛି, ଏମାନଙ୍କୁ ସେକ୍ସ ରାକେଟ ପାଇଁ ନେପାଳରୁ ଅଣାଯାଇଥିଲା ।
ଏକ ସରକାରୀ କାର୍ଯ୍ୟକ୍ରମରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ସେମାନଙ୍କୁ ନେପାଳ ସରକାରକୁ ହସ୍ତାନ୍ତର କରିଛନ୍ତି । ଏହି ୧୭୯ ନେପାଳ ନାଗରିକଙ୍କୁ ୮ଟି ବସରେ ନେପାଳ ପଠାଯାଇଛି । ନେପାଳରୁ ବହୁସଂଖ୍ୟକ ନେପାଳୀଙ୍କୁ ମିଆଁମାର ଦେଇ ବିଭିନ୍ନ ଦେଶକୁ ଚାଲାଣ କରାଯାଉଛି ।