ନ୍ୟାୟ ଦାବୀରେ ପରିବାର ଲୋକଙ୍କ ରାସ୍ତାରୋକ

0

(ଜୟନ୍ତ କୁମାର ସେଠୀ /ପୁରୀ):ପୁରୀ ବାଲିଘାଟ ଛକ ଥିବା ନିଶା ନିବାରଣ କେନ୍ଦ୍ରରେ ଅବହେଳା ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟ ଅଭିଯୋଗ ହୋଇଛି।ନ୍ୟାୟ ଦାବୀରେ ମୃତ ମାନସ ଭୋଇଙ୍କ ପରିବାର ଲୋକଙ୍କ ରାସ୍ତାରୋକ କରିଛନ୍ତି। ଗତ ୮ ତାରିଖରେ ମାନସଙ୍କ ମୃତ୍ୟୁ ହୋଇଥିଲା।ପରିବାର ଲୋକେ ଅଭିଯୋଗ କରିଛନ୍ତି କେନ୍ଦ୍ର କର୍ତ୍ତୃପକ୍ଷ ହସ୍ପିଟାଲରେ ଭର୍ତ୍ତି ନ କରିବା ଓ ମୃତ୍ୟୁର ବହୁତ ସମୟ ପରେ ପରିବାର ଲୋକଙ୍କୁ ଖବର ଦେବା ଘଟଣା ସନ୍ଦେହ ଜନକ । ଏ ନେଇ ପରିବାର ଲୋକେ ବାସେଳୀ ସାହି ଥାନାରେ ଅଭିଯୋଗ କରିଥିଲେ। ଘଟଣାକୁ ୪ ଦିନ ବିତିଯାଇଥିଲେ ହେଁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ପରିବାର ଲୋକେ ନ୍ୟାୟ ଦାବୀରେ ରାସ୍ତାରୋକ କରିଛନ୍ତି। ଏସପି କହିଛନ୍ତି ଏସ୍ଡିପିଓ ଘଟଣାର ତଦନ୍ତ କରୁଛନ୍ତି।ପୋଲିସ ପରିବାର ଲୋକଙ୍କ ସହ ଯୋଗଯୋଗରେ ଅଛି।ତଦନ୍ତ ପରେ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।