(ଅଜିତ ସାହୁ / ଜଳେଶ୍ୱର): ନ୍ୟାୟ ପାଇଁ ସିଡିପିଓ ଅଫିସ ସମ୍ମୁଖରେ ନାବାଳକ ପୁଅ ସହିତ ଧାରଣାରେ ବସିଲେ ଅଙ୍ଗନୱାଡ଼ି କର୍ମୀ । ଏଭଳି ଅଭାବନିୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ସିଡ଼ିପିଓ ଅଫିସ ସମ୍ମୁଖରେ। ସୂଚନା ଅନୁଯାୟୀ ଅଙ୍ଗନୱାର୍ଡି କର୍ମୀ ମମତା ଜେନା ୨୦୧୦ ମସିହାଠାରୁ ତାଳପଦା ଅଙ୍ଗନ ୱାଡି କର୍ମୀ ଭାବେ ଦାଇତ୍ୱ ତୁଳାଇ ଆସୁଥିଲେ । ମାତ୍ର ତାଳପଦା (୧) ଅଙ୍ଗନବାଡ଼ି କେନ୍ଦ୍ରର ଅତିରିକ୍ତ ଦାଇତ୍ୱ ନେବା ପରେ ବିବାଦ ତେଜି ଥିଲା। ଦାୟିତ୍ୱରେ ଥିବା ସୁପର ଭାଇଜର ଇନ୍ଦିରା ପାତ୍ର ତାଙ୍କୁ ସହଯୋଗ କରୁନଥିଲେ ବରଂ ଅସହଯୋଗ କରିବା ସହ ମାନସିକ ନିର୍ୟାତନା ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି। ସେଣ୍ଟରରେ କାର୍ୟ୍ୟ କରିବା ପାଇଁ ବିଭାଗୀୟ ଚିଠି ଦେଇବି କାର୍ୟ୍ୟକାରି କରାଯାଉନଥିଲା। ସାର୍ଟିଫିକେଟ ନଦେବା । ଏପରିକି ତାଙ୍କ ଦରମା ବନ୍ଦ କରାଯାଇଛି। ତେବେ ଦିର୍ଘଦିନ ହେବ ଦରମା ନପାଇ ସେ ଓ ତାଙ୍କ ନାବାଳକ ପୁଅ ବହୁ ଅସୁବିଧା ଭିତରେ ଗତି କରୁଛନ୍ତି। ଏନେଇ ଶ୍ରୀମତୀ ଜେନା ସ୍ଥାନୀୟ ସରପଞ୍ଚ, ବାଲିଆପାଳ ବିଡ଼ିଓ, ଆଇଆଇସି, ସିଡ଼ିପିଓ, ଉପଜିଲ୍ଲାପାଳ ବାଲେଶ୍ୱରଙ୍କୁ ଅବଗତ କରି ନ୍ୟାୟ ପାଇ ନଥିଲେ। ଶେଷରେ ନ୍ୟାୟ ନପାଇ ନିରାଶ ହୋଇ ବାଲିଆପାଳ ସିଡିପିଓ ଅଫିସ ଆଗରେ ଧାରଣା ଦେଇଥିଲେ। ତେବେ ସିଡ଼ିପିଓ ତନୁଶ୍ରୀ ମିଶ୍ର ଧାରଣାସ୍ଥଳରେ ପହଞ୍ଚି ଅଙ୍ଗନୱାଡ଼ି କର୍ମୀ ଶ୍ରୀମତୀ ଜେନାଙ୍କ ସମସ୍ତ ଅଭିଯୋଗ ପୂରଣ କରିବା ସହ ସେଣ୍ଟରରେ ଆସନ୍ତା ସୋମବାର ଦାୟିତ୍ଵ ଗ୍ରହଣ କରିବାର ନିର୍ଦ୍ଦେଶ ନାମା ପତ୍ର ଦେବାପରେ ଶ୍ରୀମତୀ ଜେନା ଧାରଣାରୁ ଓହରିଥିଲେ ।