(ଜୟନ୍ତ କୁମାର ସେଠୀ)ଗୋପ: ପଞ୍ଚୁକ ଅବସରରେ ମହାପ୍ରଭୁଙ୍କ ଚତୁର୍ଥ ବେଶଟି ହେଉଛି ଲକ୍ଷ୍ମୀ ନୃସିଂହ ବେଶ। କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତଥା ବୈକୁଣ୍ଠ ଚତୁର୍ଦ୍ଦଶୀ ରେ ଏହି ବେଶ ଅନୁଷ୍ଠିତ ହୋଇଥାଏ। ଠାକୁର ମାନେ ରତ୍ନ ସିଂହାସନ ରେ ଏହି ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇ ଥାନ୍ତି। ଅବକାଶ ନୀତି ପରେ ପୁଷ୍ପାଳକ ସେବକମାନେ ଏହି ବେଶ ନୀତି ସମ୍ପନ କରିଥାନ୍ତି। ଏହି ବେଶରେ ଠାକୁର ମାନେ ଚୁଳ ଧାରଣ କରିଥାନ୍ତି। ଏହି ଚୁଳ ରେ କିଆ ଗୁଡିକ ଆଡ଼ ବଗିଆ ହୋଇ ଲାଗି ହୋଇ ଥାଏ। ସୁବର୍ଣ୍ଣ କିଆ ଗୁଡିକ ଲାଗି ଥିବାରୁ ଏହାକୁ ଆଡକିଆ ବେଶ ମଧ୍ୟ କୁହାଯାଏ। ଠାକୁର ମାନେ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର , ଅନେକ ଅଳଙ୍କାର ରେ ବିଭୂଷିତ ହୋଇ ଥାନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁ ଯେଭଳି ଏକ ଧାରାରେ ଲକ୍ଷ୍ମୀ ନାରାୟଣ, ରାଧା ଦାମୋଦର ସେହିପରି ସେ ଏକ ଧାରାରେ ଲକ୍ଷ୍ମୀ ନୃସିଂହ ମଧ୍ୟ। ଚତୁର୍ଦ୍ଦଶୀ ଅବସରରେ ଏହି ବେଶ ଯେଉଁ ଭକ୍ତ ମାନେ ଦର୍ଶନ କରନ୍ତି ଅପାର ଆନନ୍ଦ ଲାଭ କରନ୍ତି ।