ପଞ୍ଚାୟତିରାଜ ଓ ପାନୀୟ ଜଳ ଅତିରିକ୍ତ ଦାୟିତ୍ୱ ମିଳିବା ପରେ ରମେଶ ମାଝିଙ୍କ ପ୍ରତିକ୍ରିୟାରେ

0

(ରିପୋର୍ଟସଟୁଡେ): ପଦରୁ ମହାରଥୀଙ୍କ ଇସ୍ତଫା ପରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓ ରମେଶ ମାଝି ଙ୍କୁ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଶଶିଭୂଷଣ ବେହେରାଙ୍କୁ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଓ ରମେଶ ମାଝିଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଦାୟିତ୍ୱ ଗ୍ରହଣ ପରେ ରମେଶ ମାଝି ନିଜ ପ୍ରତିକ୍ରିୟାରେ ମୁଖମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ନିଜ ଦାୟିତ୍ୱକୁ ସୂଚାର ରୁପେ କାର୍ଯ୍ୟକାରୀ କରିବା ସହ ସରକାରଙ୍କ ସମସ୍ତ ଯୋଜନାକୁ କାର୍ଯ୍ୟକାରୀ କରି ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବେ । ଏବଂ ନବରଙ୍ଗପୁର ଭଳି ସମସ୍ତ ଆଦିବାସୀ ଅଞ୍ଚଳରେ ପାନୀୟ ଜଳର ବ୍ୟବସ୍ଥା କରିବେ ବୋଲି କହିଛନ୍ତି ।