ପଟ୍ଟା ଦିଏ ନଚେତ ଭୋଟ ବର୍ଜନ

0

( ଉଦଳା / ଦୀପକ ମିଶ୍ର): ଭୂମିହୀନ ପରିବାରଙ୍କୁ ଚିହ୍ନଟ କରିବା ପରେ ମଧ୍ୟ ଜମିପଟ୍ଟା ପ୍ରଦାନ କରାଯାଇନାହିଁ । ଏନେଇ ପ୍ରଶାସନ ନିକଟରେ ଗୁହାରି କରିବା ପରେ ବି କେହି ଶୁୁଣିନାହାନ୍ତି । ଶେଷରେ ଏହାକୁ ନେଇ ତାତିଛନ୍ତି ୱାର୍ଡବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ଏନଏସି ଅଧିନ ୧୧ନଂ ୱାର୍ଡରେ । ଆଗାମୀ ଦିନରେ ଯଦି ଭୂମିହୀନ ପରିବାରଙ୍କୁ ଜମିପଟ୍ଟା ପ୍ରଦାନ କରାନଯାଏ ତେବେ ଭୋଟ ବର୍ଜନ କରିବେ ବୋଲି ବୈଠକରେ ନିଷ୍ପତ୍ତି ନେଇଛନ୍ତି ୱାର୍ଡବାସୀ ।