( ଜ୍ୟୋତିରଞ୍ଜନ ଧର) କଣିହାଁ : ଅନୁଗୁଳ ଜିଲ୍ଲାରେ ଘଟିଥିବା ନବବଧୂ ହତ୍ୟାକାଣ୍ଡ ମାମଲାର ଶୁଣାଣି । ୨୦୧୬ ମସିହା ଜଳଚନ୍ଦ୍ରପୁର ଗାଁରେ ହୋଇଥିବା ନବବଧୁ ହତ୍ୟା ଘଟଣାରେ ଆଜି ରାୟ ପ୍ରକାଶ ପାଇବା ସହ ହତ୍ୟାକାରୀ ସ୍ୱାମୀକୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ନିର୍ଦେଶ ଦିଆଯାଇଛି। ଜୋରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଓ ଦୌରା ଜଜ ଅଶାନ୍ତ କୁମାର ଦାଶ । ଘଟଣାରୁ ପ୍ରକାଶ ଯେ ୨୦୧୬ ମସିହା ଜାନୁଆରୀ ୨୦ ତାରିଖରେ ଧନେଶ୍ୱର ଭୁକ୍ତା ତାର ନବ ବିବାହିତ ସ୍ତ୍ରୀକୁ କୂଅରେ ମାରି ପକାଇ ଦେଇଥିବା ବଅଁରପାଳ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ପୋଲିସ ଅଭିଯୁକ୍ତ ଧନେଶ୍ୱରକୁ ଗିରଫ କରି ୬/୧୬ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣାରେ ୧୭ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଆଧାରରେ ମାନ୍ୟବର ଜିଲ୍ଲା ଓ ଦୌରା ଜର୍ଜ ଆଜି ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଜୋରିମନା ନିର୍ଦେଶ ଦେଇଛନ୍ତି । ସରକାରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମହେନ୍ଦ୍ର ବସ୍ତିଆ ଉକ୍ତ ମାମଲାକୁ ପରିଚାଳନା କରିଥିଲେ ।