ପଦ୍ମ ଧରିବେ ପ୍ରକାଶ ମିଶ୍ର

0

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଆଜି ଅପରାହ୍ନରେ ବିଜେପି ରେ ଯୋଗଦେବେ ବରିଷ୍ଠ ଆଇପିଏସ ଅଫିସର ପ୍ରକାଶ ମିଶ୍ର । ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି ରେ ମିଶିବେ । ଏ ନେଇ ଆଜି ସୂଚନା ମିଳିଛି । କଟକରୁ ସେ ସମ୍ଭବତଃ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଆଗାମୀ ନିର୍ବାଚନରେ ପ୍ରକାଶ ମିଶ୍ର ବିଜେପି ଟିକେଟରୁ କଟକ ଲୋକସଭା ଆସନ ପ୍ରାର୍ଥୀ ହୋଇପାରନ୍ତି ବୋଲି ବିଜେପି ପକ୍ଷରୁ ସୂଚନା ମିଳିଛି ।
୧୯୭୭ ବ୍ୟାଚର ଓଡିଶା କ୍ୟାଡର ଆଇଏଏସ୍ ଅଫିସର ପ୍ରକାଶ ମିଶ୍ର,୨୦୧୬ ଫେବ୍ରୁଆରି ୨୯ରେ ସିଆରପିଏଫ୍ ଡିଜି ଭାବେ ଅବସର ନେଇଛନ୍ତି।