ପରକିୟା ପ୍ରିତିରୁ ଏସିଡ ମାଡ

0

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ରାଉରକେଲା ବନ୍ଧମୁଣ୍ଡା ଥାନା ସେକ୍ଟର-ଇରେ ଏସିଡ ମାଡ । ପରକିୟା ପ୍ରିତିରୁ ଏଭଳି ଘଟଣା ଘଟିଥିବା ଜଣାପଡିଛି । ସ୍ତ୍ରୀର ପଡୋଶୀ ଯୁବକଙ୍କ ସହ ଅନୌତିକ ସଂମ୍ପର୍କ ଥିବାରୁ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଭିଆଇଥିବା ଜଣାପଡିଛି । ଏପରିକି ଉକ୍ତ ଯୁବକଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କ ଉପରକୁ ଏସିଡ ମାଡ଼ କରି ଫେରାର ହୋଇଯାଇଥିଲେ। ଗତକାଲି ଅଭିଯୁକ୍ତ ସନ୍ତୋଷ ସୋନି ଏପରି କାଣ୍ଡ ଘଟାଇଥିବା ବେଳେ ଆଜି ଗିରଫ ହେବା ପରେ ପୁଲିସ୍‌ ଆଗରେ ସବୁ କଥା କହିଛନ୍ତି।
ରାଉରକେଲା ବନ୍ଧମୁଣ୍ଡା ଥାନା ସେକ୍ଟର-ଇରେ ରହୁଥିବା ନଗେନ୍ଦ୍ର ପାଣ୍ଡେଙ୍କ ସମେତ ତାଙ୍କ ପରିବାରର ୪ ଜଣଙ୍କୁ ଏସିଡ୍ ମାଡ଼ ଘଟଣାର ଅଭିଯୁକ୍ତ ସନ୍ତୋଷ ସୋନିଙ୍କୁ ଆଜି ପୁଲିସ୍‌ ଗିରଫ କରିବା ପରେ ସେ ସତ ସାମନାକୁ ଆସିଛି । ଏସିଡ୍ ମାଡ଼ର ତଦନ୍ତ କରୁଥିବା ରାଉରକେଲା ଡିଏସ୍‌ପି ପ୍ରଦ୍ୟୁମ୍ନ କୁମାର ମିଶ୍ର କହିଛନ୍ତି, ଅଭିଯୁକ୍ତ ସନ୍ତୋଷଙ୍କ ପତ୍ନୀଙ୍କ ସହ ନଗେନ୍ଦ୍ରଙ୍କ ଭାଇ ବିଦ୍ୟାକାନ୍ତଙ୍କର ମିଳାମିଶା ଚାଲିଥିଲା। ଏହାକୁ ସନ୍ତୋଷ ବାରଣ କରୁଥିଲେ। ହେଲେ ସେ ନ ମାନିବାରୁ ଏପରି ପଦକ୍ଷେପ ନେଇଥିବା ପୁଲିସ୍‌ ଆଗରେ କହିଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ବେଳେ ନଗେନ୍ଦ୍ର ପାଣ୍ଡେ, ତାଙ୍କ ସ୍ତ୍ରୀ, ମାଆ ଓ ଭାଇଙ୍କ ସହ ଘରେ ବସିଥିଲେ। ଏହି ସମୟରେ ପଡୋଶୀ ସନ୍ତୋଷ ହଠାତ ତାଙ୍କ ଘରେ ପଶି ନଗେନ୍ଦ୍ରଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କ ଉପରକୁ ଏସିଡ୍ ମାଡ଼ କରିଥିଲେ। ସେମାନଙ୍କୁ ପ୍ରଥମେ ବନ୍ଧମୁଣ୍ଡା ରେଳବାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଓଏଐକୁ ସ୍ଥାନାନ୍ତରିତ କରାଯାଇଛି।