ପରିବା ପରେ ମହଙ୍ଗା ଦର ଜାଲରେ ଭାତ-ଡାଲି

0

(ମମତା ସାମଲ)ରିପୋର୍ଟସଟୁଡେ: ଚଳିତବର୍ଷ ମୌସୁମୀ କମ୍ ହୋଇଥିବାରୁ ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ । ଏବେ ତ ପନିପରିବା ଦର ଆକାଶଛୁଆଁ ରହିଥିବାବେଳେ,ଏବେ ଗରିବଙ୍କ ଥାଳିରୁ ଡାଲି ଓ ଭାତ ମଧ୍ୟ ଗାଏବ ହୋଇଯିବ । ମହଙ୍ଗା ଦର ୭ ପ୍ରତିଶତ ବଢିଯିବ ବୋଲି ଅନୁମାନ କରାଯାଉଛି ।
କମ୍ ବର୍ଷା ଯୋଗୁଁ ଚାଷ ମଧ୍ୟ କମ୍
ଦେଶରେ ଏଥର ମୌସୁମୀ ଜନିତ ବର୍ଷା ବହୁତ କମ୍ ହୋଇଛି । ଦେଶର ୩୬ ରୁ ୨୧ଟି ମୌସୁମୀ ବର୍ଷା ଅଞ୍ଚଳରେ ଗତ ୫ବର୍ଷ କମ୍ ବର୍ଷା ହୋଇଛି । କେବଳ ମହାରାଷ୍ଟ୍ରର ପଶ୍ଚିମ ଭାଗ, ଲାକ୍ଷାଦ୍ବୀପ, ଆଣ୍ଡମାନ ନିକୋବର, ଉତ୍ତରପ୍ରଦେଶର କିଛି ଅଞ୍ଚଳ, ପଞ୍ଜାବ ଏବଂ ପୂର୍ବୋତ୍ତର ଭାରତରେ ହିଁ ସମାନ୍ୟ ବର୍ଷା ହୋଇଛି। ଖାସ୍ ଏଥିପାଇଁ ଖରିଫ ଫସଲ ଉତ୍ପାଦନ କମ୍ ହେବାର ସମ୍ଭାବନା ରହିଛି।
ମୌସୁମୀଜନିତ ବର୍ଷା କମ୍ ହେବା କାରଣରୁ ଗହମ, ଚାଉଳ, ବାଜରା, ମକ୍କା, ବିରି, ହରଡ, ବାଦାମ ଏବଂ ସୋୟାବିନ ଅମଳ କମ୍ ହେବାର ସମ୍ଭାବନା ରହିଛି। ଚାଉଳ ଗତବର୍ଷ ଅପେକ୍ଷା ୧୪ ପ୍ରତିଶତ କମ୍ ଅମଳ ହୋଇପାରେ। ଏଥର ଖାଦ୍ୟ ଉତ୍ପାଦନ ୫୭ ପ୍ରତିଶତ କମ୍ ହେବାର ଆକଳନ ମଧ୍ୟ କରାଯାଉଛି।
ସେହିପରି ପନିପରିବା ଦର ମଧ୍ୟ ଆକାଶଛୁଆଁ ରହିଛି। ବର୍ଷା ହେବା କାରଣରୁ ଷ୍ଟକ କମ୍ ରହିଛି ଏବଂ ଲୋକ ଆବଶ୍ୟକତା ଅଧିକ ରହିଥିବାରୁ ପନିପରିବା ଦର ବୃଦ୍ଧି ପାଉଛି। ଚଳିତବର୍ଷ ସବୁଠାରୁ ମହଙ୍ଗା ଟମାଟର ଦର ରହିଥିଲା। କିଛିଦିନ ମଧ୍ୟରେ ଟମାଟର ଅମଳ କମ୍ ହୋଇଥିବାରୁ ବର୍ଷା ଯୋଗୁଁ ଏହାର ଦର ଦୁଇଗୁଣ ବୃଦ୍ଧି ହୋଇଯାଇଛି।