(ଆଦର୍ଶ ରାଉତ): କେନ୍ଦ୍ରାପଡ଼ା ଟାଉନ୍ ହାଇସ୍କୁଲ ପଡ଼ିଆଠାରେ ଗତକାଲି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନକୁ ବିରୋଧ କରାଯିବା ନେଇ ଅଶାନ୍ତ ହୋଇପଡିଛି କେନ୍ଦ୍ରାପଡା ସହର। ଫଲରେ ଆଜି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ସୋସିଆଲ ମିଡିଆରେ ଏଘଟଣାକୁ ନେଇ ଯେପରି କୌଣସି ଗୁଜବ ସୃଷ୍ଟି ନହୁଏ ସେଥିପାଇଁ ବିଏସଏନଲ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି । ସ୍ଥିତି ଅଣାୟତ୍ତ ହେବାରୁ ପ୍ରେଟୋଲି କରିଯିବା ସହ ଅଧିକ ପୋଲିସ ମୁତୟନ କରାଯାଇଛି । ସ୍ଥିତି ଅଣାୟତ ହେବାରୁ ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର ଆସନ୍ତାକାଲି ସକାଳ ୮ଟା ପର୍ଯ୍ୟନ୍ତ କେନ୍ଦ୍ରପଡା ସହରରେ କର୍ଫ୍ୟୁ ଜାରି କରିଛନ୍ତି।