ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

0

(ଅନୁସ୍ୱୟା)ଭୁବନେଶ୍ୱର: ବନ୍ଦ ରହିବ ଭିତରକନିକା ଜାତୀୟ ଅଭୟାରଣ୍ୟ । ବଉଳା କୁମ୍ଭୀର ଗଣନା ଯୋଗୁଁ ଡିସେମ୍ଵର ୨୬ରୁ ଜାନୁଆରୀ ୪ ଯାଏଁ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା। ପ୍ରତିବର୍ଷ ଏହି ସମୟରେ ଜୁଆରକୁ ଲକ୍ଷ୍ୟ କରି କୁମ୍ଭୀର ଗଣନା କରାଯାଇଥାଏ। ଏହି ସମୟରେ ସ୍ଥଳଭାଗରେ ଅଧିକ କୁମ୍ଭୀର ଦେଖାଯାଇଥାନ୍ତି। ତେଣୁ ଚଳିତ ବର୍ଷ ମଧ୍ୟ ଡିସେମ୍ଵର ୨୬ରୁ ଜାନୁଆରୀ ୪ ଯାଏଁ ଭିତରକନିକା ବନ୍ଦ ରହିଵ। ଏହି ସମୟରେ ବଉଳା କୁମ୍ଭୀର ସଂଖ୍ୟା ଗଣନା କରାଯିବ। କୁମ୍ଭୀର ବିଷାରଦ ଡ. ସୁଧାକରଙ୍କ ନେତୃତ୍ୱରେ ଏହି ଗଣନା କାର୍ୟ୍ୟ କରାଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଯନ୍ତ୍ର ଚାଳିତ ବୋଟ ଯୋଗୁ ଗଣନା କାର୍ୟ୍ୟରେ ବାଧା ଉପୁଜୁଥିବାରୁ ବନ ବିଭାଗ ଏହି ସମୟ ପର୍ୟ୍ୟଟକମାନଙ୍କ ପାଇଁ ଭିତରକନିକା ନିଷେଧ କରିଛି।