(ଦୀପକ କୁମାର ) ଯାଜପୁର : ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଂଗାଧରପୁର ଗ୍ରାମ ପଂଚାୟତ ର କଣିପାଟିଆ ଗାଁ। ଏହି ଗାଁ ର ୧୫ନଂ ଓ୍ୱାର୍ଡ ରେ ରାଜୀବ ରାଉତକଂ ଘର । ବାପା କେବେ ଠାରୁ ଆଖି ବୁଜିଲେଣି। ୯୦ ବର୍ଷ ର ରୋଗିଣା ମା । ରାଜୀବ ବିବାହିତ। ସ୍ତ୍ରୀ, ରୋଗିଣା ମା, ଓ ଏକ ମାତ୍ର ପୁତ୍ର କୁ ଧରି ଆଜକୁ ୩ବର୍ଷ ହେବ ଏହି ପଲଥିନ୍ ତଳେ ଦିନ କାଟୁଛନ୍ତି ରାଜୀବ। ଧର୍ମଶାଳା ବ୍ଲକ ର ମାତ୍ର ୫୦୦ ମିଟର ଦୂରରେ ଏହି ଗାଁ । କାହାର ନଜର ପଡୁନି ଏହି ଗରିବ ରାଜୀବ ରାଉତଙ୍କ ପରିବାର ଉପରେ। ନା ପ୍ରସାଶନ , ନା ଖୋଦ୍ ବିଧାୟକ ଶ୍ରୀଯୁକ୍ତ ପ୍ରଣବ ବଳବନ୍ତରାୟଙ୍କର। ସରପଂଚ ଙ୍କୁ ଏ ବିଷୟ ରେ ଆମ ପ୍ରତିନିଧି ପ୍ରତିକ୍ରିୟା ନେବାରୁ ଖୋଦ୍ ସରପଂଚ ମହୋଦୟା କହିଲେକି ଆମେ ସରକାର କୁଂ ଏ ବିଷୟରେ ଜଣେଇଛୁ ସରକାର ଦେଲେ ଆମେ ଦେବୁ। ତେବେ ପ୍ରଶ୍ନ ଉଠୁଛି ସରକାର କିଏ, ପ୍ରସାଶନ ନା ଲୋକ ପ୍ରତିନିଧି। ଦିର୍ଘ ୧୯ବର୍ଷ ର ସ୍ୱଚ୍ଛ ସାଶନ ର ଡିଣ୍ଡିମ ପିଟୁଥିବା ନବୀନ ସରକାରକଂର ଏହାଏକ ଜ୍ୱଳନ୍ତ ଉଦାହରଣ। ତେବେ ଅପେକ୍ଷା କେବେ ସୁଦୁରୁଛି ରାଜୀବ ରାଉତ କଂ ଦୁଃଖ। ଗ୍ରାମ ବସି ମଧ୍ୟ ଚାହିଁ ରହିଛନ୍ତି ସରକାର ଙ୍କ ର କେତେ ଦରଦ ଜାଣିବା ପାଇଁ ।