ପାଇଖାନାରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ, ପରିବାର ପକ୍ଷରୁ ବଧି ହତ୍ୟା ଅଭିଯୋଗ

0

(ଓମ୍ ପ୍ରକାଶ ମିଶ୍ର/ସୋନପୁର):ସୁବର୍ଣ୍ଣପୁର ଜିଲ୍ଲା କୁକିଆ ଗାଁର ପ୍ରିୟବତୀ ମହାଲିକଙ୍କ ଝୁଲନ୍ତା ମୃତଦେହ ପାଇଖାନା ଭିତରୁ ଉଦ୍ଧାର କରାଯାଇଛି । ଗତ ୪ବର୍ଷ ତଳେ ପ୍ରିୟବତୀ, କୁକିଆ ଗାଁର ବାବୁଲା ତରିଆଙ୍କୁ ବିବାହ କରିଥିଲେ । ଆଜି ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ପରେ ପରିବାର ଲୋକେ, ଶ୍ୱଶୁର ଘର ବିରୋଧରେ ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଛନ୍ତି । ଏନେଇ ମୃତ ପ୍ରିୟବତୀଙ୍କ ବାପା ଉଲୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଶବ ଜବତ କରିବାସହ ତଦନ୍ତ ଆରମ୍ଭ କରିଛି ।