(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପୁଣି ପାକ୍କୁ ଆମେରିକାର କଡା ତାଗିଦ । ଆତଙ୍କବାଦ ବରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକା ପାକ୍କୁ ନିର୍ଦ୍ଦେଶ ଦେଇଛି। ପାକ୍ ସୀମାରେ ଥିବା ଜୈଶ ଏ ମହମ୍ମଦ ଓ ଲସ୍କର ଇ ତୋଏବା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକ୍କୁ କଡା ନିର୍ଦ୍ଦେଶ ଦେଇଛି ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକ୍ ପ୍ରଧାନମନ୍ତ୍ରୀ ଇମରାନଙ୍କୁ ପରାମର୍ଶ ଦେଇଛି, ଆତଙ୍କବାଦକୁ ସମୂଳେ ନଷ୍ଟ କରିବା ଆବଶ୍ୟକ, ନୋହିଲେ ଏହା ପରବର୍ତ୍ତୀ ସମୟରେ ଭାରତ ଓ ପାକ୍ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିବ, ଯାହା ଉଭୟଙ୍କ ପାଇଁ କ୍ଷତିକାରକ ହେବ ।