ପାକକୁ ପରିଣାମ ଭୋଗିବାକୁ ହେବ: ଇରାନ

0

(ଶିଳାସ୍ମତା ରାୟ) ଭୁବନେଶ୍ୱର: ପାକ୍ ସେନା ଆତଙ୍କୀ ସଂଗଠନକୁ ଆଶ୍ରୟ ଦେଉଛି ବୋଲି କହିଛି ଇରାନ । ପୁଲଓ୍ଵାମା ଆକ୍ରମଣର ଗୋଟିଏ ଦିନ ପୂର୍ବରୁ ବୁଧବାର ଇରାନରେ ମଧ୍ୟ ଏକ ଆତ୍ମଘାତୀ ହମଲା ହୋଇଥିଲା। ଏଥିରେ ଇରାନ ରିଭଲ୍ୟୁସନାରୀ ଗାର୍ଡ୍ସର ୨୭ ସୈନିକଙ୍କ ମୃତ୍ୟୁ ଘଟିଥିଲା।
ପୁଲଓ୍ଵାମା ଆକ୍ରମଣକୁ ନୂଆଦିଲ୍ଲୀ ସ୍ଥିତ ଇରାନ ଦୂତାବାସ ଟୁଇଟ କରି କହିଛି ଯେ, ପୁଲଓ୍ଵାମା ଆକ୍ରମଣକୁକୁ ଆମେ କଠୋର ଶବ୍ଦରେ ନିନ୍ଦା କରୁଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କୀ ହମଲା ପାଇଁ ଦାୟୀ ଲୋକଙ୍କୁ ଉଚିତ୍ ଶିକ୍ଷା ଦିଆଯିବ ବୋଲି କହିଥିବା ବେଳେ ଇରାନ ମଧ୍ୟ ନିଜ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବା କଥା କହିଛି। ଇରାନର ମେଜର ଜେନେରାଲ ମହମ୍ମଦ ଅଲି ଜାଫରୀ କହିଛନ୍ତି ଯେ, ଯଦି ପାକିସ୍ତାନ ଏହି ଆତଙ୍କୀ ବିରୋଧରେ କାର୍ୟ୍ୟାନୁଷ୍ଠାନ ନ ନିଏ ତେବେ ଆମେ ପ୍ରତିଶୋଧ ନେବୁ। ପାକିସ୍ତାନକୁ ଏମିତି ଆତଙ୍କବାଦୀଙ୍କୁ ପ୍ରଶୟ ଦେବାର ପରିଣାମ ଭୋଗିବାକୁ ପଡ଼ିବ।