ପାକିସ୍ତାନକୁ ଏଫ୍‌ଏଟିଏଫ୍‌ର ଚେତାବନୀ

0

(ରିପୋର୍ଟସ ଟୁଡେ /ମଧୁସ୍ମିତା ତ୍ରିପାଠୀ): ଆତଙ୍କବାଦ ଓ ଅନ୍ୟ ବେଆଇନ ଅର୍ଥ ଯୋଗାଣ ଉପରେ ନଜର ରଖୁଥବା ଅନ୍ତର୍ଜାତୀୟ ସଂସ୍ଥା ଏଫ୍‌ଏଟିଏଫ୍‌ ପାକିସ୍ତାନକୁ ୧୫୦ଟି ପ୍ରଶ୍ନ ପଚାରିଛି । ଆତଙ୍କବାଦକୁ ନିର୍ମୁଳ କରିବାକୁ କି କି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ ଏସବୁ ପ୍ରଶ୍ନ ପଚରା ଯାଇଛି ।
ପୂର୍ବରୁ ଏଫ୍‌ଏଟିଏଫ୍‌ ପାକିସ୍ତାନକୁ ୨୭ଟି ପ୍ରସଙ୍ଗରେ ପ୍ରଶ୍ନ ପଚାରିଥିଲା । ଏହାର ରିପୋର୍ଟ ଗତ ୬ ତାରିଖରେ ପାକିସ୍ତାନ ଦାଖଲ କରିଥିଲା । ଏବେ ଆଉ ୧୫୦ଟି ପ୍ରଶ୍ନ ପଚାରିଛି ଏଫ୍‌ଏଟିଏଫ୍‌ । ବିଭିନ୍ନ ଆତଙ୍କବାଦୀ ସଂଗଠନମାନଙ୍କ ଦ୍ୱାରା ପରିଚାଳିତ ମଦ୍ରାସାଗୁଡ଼ିକ ବିରୁଦ୍ଧରେ କ’ଣ ପଦକ୍ଷେପ ନିଆଯାଇଛି ତାହା ଜଣାଇବାକୁ କୁହାଯାଇଛି । ଏସବୁ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ନମିଳିଲେ ପାକିସ୍ତାନକୁ କଳା ତାଲିକାଭୁକ୍ତ କରିବାକୁ ତେଚାବନୀ ଦେଇଛି ଏଫ୍‌ଏଟିଏଫ୍‌ ।
ମିଳିଥିବାସୂଚନାନୁସାରେ , ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ପାକିସ୍ତାନକୁ ଗତ ବର୍ଷଠାରୁ ଧୂଷର ତାଲିକାରେ ରଖିଛି ଏଫ୍‌ଏଟିଏଫ୍‌ । ଗତ ଅକ୍ଟୋବର ମାସରେ ହୋଇଥିବା ଏଫଏଟିଏଫ୍‌ ପ୍ଲାନେରୀ ବୈଠକରେ ମଧ୍ୟ ଏହି ଗ୍ରେ ମାନ୍ୟତାକୁ ବଜାୟ ରଖାଯାଇଥିଲା ଓ ପାକିସ୍ତାନକୁ ଆତଙ୍କବାଦୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଫେବ୍ରୁଆରୀ ପର୍ୟ୍ୟନ୍ତ ସମୟ ଦିଆଯାଇଛି । ଗତ ଜୁନରେ ଆମେରିକାର ଓରଲାଣ୍ଡୋଠାରେ ଅନୁଷ୍ଠିତ ଏଫଏଟିଏଫ୍‌ ବୈଠକରେ ପାକିସ୍ତାନକୁ ୨୭ ସୁତ୍ରୀ କାର୍ୟ୍ୟାନୁଷ୍ଠାନ ପାଇଁ ସେପ୍ଟେମ୍ବର ସୁଦ୍ଧା ସମୟ ଦିଆଯାଇଥିଲା । କିନ୍ତୁ ଏହିୁ ୨୭ ସୁତ୍ରୀ କାର୍ୟ୍ୟ କରିବାରେ ପାକିସ୍ତାନ ବିଫଳ ହୋଇଥିଲା । ଫଳରେ ପାକିସ୍ତାନକୁ ଚେତାବନୀ ଦିଆଯାଇ ଫେବ୍ରୁଆରୀ ପର୍ୟ୍ୟନ୍ତ ସମୟ ଦିଆଯାଇଛି ।