ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ।ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍ ଗିରଫ ହୋଇଛନ୍ତି। ଇମ୍ରାନ ଖାନ ଇସଲାମବାଦ ହାଇକୋର୍ଟ ବାହାରୁ ତାଙ୍କୁ ପାକ ରେଞ୍ଜର୍ସ ଗିରଫ କରିଛନ୍ତି

0

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ।ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍ ଗିରଫ ହୋଇଛନ୍ତି। ଇମ୍ରାନ ଖାନ ଇସଲାମବାଦ ହାଇକୋର୍ଟ ବାହାରୁ ତାଙ୍କୁ ପାକ ରେଞ୍ଜର୍ସ ଗିରଫ କରିଛନ୍ତି। ନ୍ୟପକ୍ଷରେ ପିଟିଆଇ ନେତା ମୁସରାଟ ଖେମା ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ସେମାନେ ଇମ୍ରାନ ଖାନଙ୍କୁ ମାଡ ମାରିବା ସହ ଗିରଫ କରାଯାଇଛି। ଏହା ମଧ୍ୟ କୁହାଯାଉଛି ଯେ ଇମ୍ରାନ ଖାନଙ୍କ ଓକିଲ ତଥା ସମର୍ଥକଙ୍କୁ ମଧ୍ୟ ମାଡ ଦିଆଯାଇଛି।

ଇମ୍ରାନ ଅଭିଯୋଗ ଆଣିଥିଲେ କି ମେଜର ଜେନରାଲ ଫୈସଲ ନସୀର ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଇମ୍ରାନଙ୍କ ଏଭଳି ବୟାନକୁ ନେଇ ପାକିସ୍ତାନ ସେନା ପକ୍ଷରୁ କଟାକ୍ଷ କରାଯାଇଥିଲା ।ପାକ୍ ଗଣମାଧ୍ୟମର ରିପୋର୍ଟ ମୁତାବକ ଇସଲାମବାଦ ହାଇକୋର୍ଟ ବାହାରେ ତାଙ୍କୁ ଅଲ୍ କାଦିର ଟ୍ରଷ୍ଟ ମାମଲାରେ ଗିରଫ କରାଯାଇଛି । ଇମ୍ରାନଙ୍କୁ ଏଭଳି ସମୟରେ ଗିରଫ କରାଯାଇଛି, ଯେତେବେଳେ ସେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଓ ଆଇଏସଆଇର ଅଧିକାରୀ ମେଜର ଜେନରାଲ ଫ୍ରେସଲ ନସୀରଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଥିଲେ ।