ପାକିସ୍ତାନୀ ଭଳି ପାଗଳ କୁକୁରକୁ ଭାରତକୁ ପ୍ରବେଶ କରିବାକୁ ଦିଅ ନାହିଁ:ପରେଶ ରାୱଲ

0

(ରିପୋର୍ଟରସ ଟୁଡେ/ମୁମ୍ବାଇ): ଗତ ଗୁରୁବାରୁ ଫେବୃଆରୀ ୧୪ରେ ପୁଲଓ୍ଵାମା ଜିଲ୍ଲାରେ ଯେଉଁ ଆତଙ୍କବାଦୀ ହାମ୍ଲା ହୋଇଥିଲା, ତାହା ଏବେ ସବୁ ଭାରତୀୟଙ୍କ ମନରେ ପ୍ରତିଶୋଧର ନିଆଁ ହୋଇ ଜଳୁଛି । ପାକିସ୍ତାନର ମୂଳପୋଛ କରିବା ପାଇଁ ସବୁ ଭାରତୀୟ ଦାବି କରିଥିବା ବେଳେ ଏ ନେଇ ଭାରତୀୟ ସେନା ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି । ଏଭଳି ହୃଦୟବିଦାରକ ଘଟଣାକୁ ନେଇ ସମସ୍ତେ ନିଜ ନିଜର ମତ ରଖିଥିବା ବେଳେ ବଲିଉଡ୍ ଅଭିନେତା ପରେଶ ରାଓ୍ଵଲ ସବୁ ଭାରତୀୟ ନିଉଜ୍ ଚ୍ୟାନେଲକୁ ଏକ ପରାମର୍ଶ ଦେଇଛନ୍ତି । ଟୁଇଟ୍ କରି ସେ ଏହି ପରାମର୍ଶ ଦେଇଥିବା ଜଣା ପଡ଼ିଛି ।ଟୁଇଟ୍ରେ, ଯେଉଁ ଭାରତୀୟ ଏବଂ ପାକିସ୍ତାନୀମାନେ ଆତଙ୍କବାଦୀମାନଙ୍କୁ ଏବଂ ତାଙ୍କ କାମକୁ ସମର୍ଥନ କରୁଛନ୍ତି ସେମାନକୁ ଜାତୀୟ ନିଉଜ୍ ଚ୍ୟାନେଲକୁ ଡ଼ାକି ଆମ ଭାରତ ମାତା ଉପରେ ବିଷ ବର୍ଷା କର ନାହିଁ । ଏ ନେଇ ମୁଁ ସବୁ ଜାତୀୟ ନିଉଜ୍ ଚ୍ୟାନେଲକୁ ନିବେଦନ କରୁଛି । ସେଭଳି ପାଗଳ କୁକୁରଙ୍କୁ ଆମ ଭାରତକୁ ପ୍ରବେଶ କରିବାକୁ ଦିଅ ନାହିଁ । ସେମାନଙ୍କୁ ମରିବାକୁ ଦିଅ ବୋଲି ଲେଖି ଟୁଇଟ୍ କରିଛନ୍ତି ପରେଶ ।