ପାକିସ୍ତାନ ଝିଅକୁ ବାହା ହେଲା ହରିୟାଣା ପୁଅ

0

(ଶିଲାସ୍ମିତା/ପଟିଆଲା): ପାକିସ୍ତାନ ଓ ଭାରତ ମଧ୍ୟରେ ଅଶାନ୍ତି ଚାଲିଥିବା ବେଳେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଉଭୟ ଦେଶର ପୁଅ ଝିଅ । ପାକିସ୍ତାନର ଝିଅ ସରଜିତ ଏବଂ ହରିଆଣା ନିବାସୀ ପରୱିନ୍ଦର ସିଂହ ପଟିଆଲାରେ ବିବାହ କରିଛନ୍ତି । ଶିଖ ପରମ୍ପରା ଆଧାରରେ ଉଭୟ ବିବାହ କରିଥିବା ସୂଚନା ରହିଛି । ପିଟିଆଲା ଗୁରୁଦ୍ବାର ଉଭୟଙ୍କ ବିବାହକୁ ନେଇ ଏକ ବାହାଘର ସାର୍ଟିଫିକେଟ ଜାରି କରିଛି । ହରିଆଣାର ପରୱିନ୍ଦରକୁ ବିବାହ କରିଥିବାରୁ ସେ ଖୁସି ବୋଲି ସରଜିତ କହିଛନ୍ତି ।
ସରଜିତ ହିନ୍ଦୁ ସମ୍ପ୍ରଦାୟର, ତାଙ୍କ ଘର ପାକିସ୍ତାନର ସିଅଲକୋଟ ଜିଲ୍ଲାରେ । ତାଙ୍କର ବାପା ମାଆ ଏପରି ବାହାଘର କରାଇଥିବା ସରଜିତ କହିଛନ୍ତି ।