(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଦେଶବାସୀ ୭୦ ତମ ସାଧାରଣତନ୍ତ୍ର ଦିବସ ପାଳନରେ ମାତିଥିବା ବେଳେ କାଶ୍ମୀରରେ ଦେଶର ସଜାଗ ପ୍ରହରୀ ଦେଶମାତୃକାର ରକ୍ଷା କରିବାକୁ ଯାଇ ଆହତ ହୋଇଛନ୍ତି ପାକ୍ ଆତଙ୍କୀଙ୍କ ଗୁଳିରେ ।
ସୂଚନା ଅନୁଯାୟୀ, ଜାମ୍ମୁ-କାଶ୍ମୀର, ପୁଲଓ୍ବାମାର ପମ୍ପେର ଓ ଖାନମୋ ସିଆର୍ପିଏଫ୍ କ୍ୟାମ୍ପ ଉପର ପାକ୍ ଆତଙ୍କବାଦୀମାନେ ଆଜି ବଡି ଭୋରୁ ଆକ୍ରମଣ କରିଥିଲେ । ଏସ୍ଓଜି ଓ ସିଆର୍ପିଏଫ୍ କ୍ୟାମ୍ପ ଉପରକୁ ଟାର୍ଗେଟ କରି ପାକ୍ ପଟରୁ ପ୍ରବଳ ଗୁଳିବାରି ହୋଇଥିଲା । ଭାରତୀୟ ସୁରକ୍ଷାକର୍ମୀ ମଧ୍ୟ ଏହାର କଡା ଜବାବ ଦେଇଥିଲେ। ଏହି ଗୁଳି ବିନିମୟରେ ୫ ଭାରତୀୟ ଯବାନ ଆହତ ହୋଇଥିବା ବେଳେ ୨ ଆତଙ୍କବାଦୀଙ୍କୁ ଯମପୁର ଦେଖାଇବାରେ ସକ୍ଷମ ହୋଇଥିବା ସୂଚନା ମିଳିଛି ।