(ଶିଳାସ୍ମିତା ଭୁବନେଶ୍ୱର: ଆଜି ସକାଳୁ ଜାମ୍ମୁ କାଶ୍ମୀରର ପୁଞ୍ଚରେ ପୁଣି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି । ଏଥିରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି ।
ପୁଞ୍ଚର ଶହାପୁର ଏବଂ କେର୍ଣ୍ଣି ଅଞ୍ଚଳରେ ଥିବା ନିୟନ୍ତ୍ରଣ ରେଖା ଠାରେ ଗତ କାଲି ସଂଧ୍ୟାରୁ ସୀମାପାରି ଗୁଳି ଚାଳନା ଆରମ୍ଭ ହୋଇ ରାତି ତମାମ ଚାଲିଥିଲା। ଭାରତୀୟ ଯବାନମାନେ ଏହାର ଜବାବ ଦେଇଥିଲେ । ପାକ୍ ଗୁଳିରେ ହରି ୱାକର ନାମକ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ପାକର କେତେଜଣଙ୍କ ମୃତ୍ୟୁ ହୋଇଛି, ତାହା ଜଣା ପଡିନାହିଁ । ଫର୍ଓ୍ଵାର୍ଡ ପୋଷ୍ଟ ଏବଂ ଗାଁଗୁଡ଼ିକୁ ଆକ୍ରମଣ କରିବାକୁ ପାକିସ୍ତାନୀ ସେନା ମୋର୍ଟାର୍ ଓ ଛୋଟ ଅସ୍ତ୍ର ବ୍ୟବହାର କରିଥିଲେ।