(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପାକିସ୍ତାନର ସିନ୍ଧ ପ୍ରଦେଶରେ ଦୁଇ ହିନ୍ଦୁ ନାବାଳିକାଙ୍କୁ ଅପହରଣ, ଦୁଷ୍କର୍ମ ଓ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଯାଇଥିଲା । ଏହି ଘଟଣା ଜଣା ପଡିବା ପରେ ଭାରତର ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏହାକୁ ନେଇ ପାକସ୍ଥିତ ଭାରତୀୟ ଦୂତାବାସକୁ ରିପୋର୍ଟ ମାଗିଥିଲେ । ଘଟଣାରେ ସୁଷମାଙ୍କ ହସ୍ତକ୍ଷେପ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଦୁଇ ଝିିଅଙ୍କୁ ସୁରକ୍ଷିତ ସେମାନଙ୍କ ଘରେ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ସିନ୍ଧ ପ୍ରାନ୍ତର ଢାରକି ସହରରେ ଥିବା ଗୋଟିଏ ହିନ୍ଦୁ ପରିବାରର ଦୁଇ ଝିଅଙ୍କୁ ହୋଲି ଦିନ କିଛି ପାକିସ୍ତାନୀ ଲୋକ ଅପହରଣ କରି ନେବା ସହ ସେମାନଙ୍କ ସହ ଦୁଷ୍କର୍ମ କରିଥିଲେ ଓ ଧର୍ମ ପରିବର୍ତ୍ତନ କରି ସେମାନଙ୍କ ବିବାହ ମୁସଲମାନ ସଂପ୍ରଦାୟରେ କରାଇଦେଇଥିଲେ । ଏଥି ସମ୍ପର୍କିତ ଭିଡିଓ ଭାଇରାଲ ହେବା ପରେ ସୁଷମା ଏହି ଘଟଣାରେ ହସ୍ତକ୍ଷେପ କରିଥିଲେ ।