(ଢେଙ୍କାନାଳ) : ଡାକ୍ତରଙ୍କୁ ଆମେ ଦ୍ୱୀତୀୟ ଭଗବାନ ବୋଲି କହୁ କିିନ୍ତୁ ଅନେକ କ୍ଷେତ୍ରରେ ସରକାରୀ ପ୍ରାଥମିକ ଚିକିତ୍ସା କେନ୍ଦ୍ର ସାଧାରଣ ରୋଗୀଙ୍କ ପାଇଁ ବଡ଼ ଭରସା । ଆଉ ଅନେକ ସମୟରେ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ସବୁ ପ୍ରକାରର ସୁବିଧା ସୁଯୋଗ ମିଳେନାହିଁ । କେତେବେଳଲେ ଡାକ୍ତର ଥିବେ ତ ଔଷଧ ନଥିବ ଆଉ କେତେବେଳେ ଔଷଧ ଥିଲେ ଡାକ୍ତର ନଥିବେ । ଆଜି କିନ୍ତୁ ଆମେ ଆପଣଙ୍କୁ ଏମିତି ଗୋଟିଏ ଡାକ୍ତରଖାନା ଓ ତା’ର ଡାକ୍ତରଙ୍କ କଥା କହିବୁ ଯିଏ ରୋଗୀ ମାନଙ୍କ ସେୋ କେତେ ନିଷ୍ଠାରେ କରୁଛନ୍ତି । ଡାକ୍ତର ଜଣକ ତାଙ୍କର ରୋଗୀ ମାନଙ୍କ ପ୍ରତି ସେବା ମନୋଭାବ ଦେଖାଇଛନ୍ତି । ଡାକ୍ତରଖାନାକୁ ମଦ ପିଇ ଆସୁଛନ୍ତି ଡାକ୍ତର । ଆଉ ରୋଗୀ ସେବା କରୁକରୁ ମଦ ନିଶାରେ ଶୋଇପଡିଛନ୍ତି । ପାଖରେ ରୋଗୀ ମଦୟ ବସିଛନ୍ତି ।ଆଉ ଏମିତି କିଛି ଡାକ୍ତରଙ୍କ ପାଇଁ ଲୋକଙ୍କ ଭରସା ତୁଟିବାକୁ ବସିଲାଣି। . ଏଭଳି ଜଣେ ଡାକ୍ତରଙ୍କ କାରନାମ କ୍ୟାମେରାରେ କଏଦ ହୋଇଛି । ୍ା୍ହା ବେଶ ବାରାଲ ହେବାରେ ଲାଗିଛୀ । ଏ ଡାକ୍ତର ବାବୁଜଣକ ଢେଙ୍କାନାଳ ଗନ୍ଦିଆର ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରରେ ରୋଗୀ ମାନଙ୍କ ଚିକିସ୍ଛା କରିବା ପାଇଁ ଅଛନ୍ତି । କିନ୍ତ ବାବୁ ଜଣକ ନିଶାରେ ଚୁର ଆଉ ନିିଘୋଡ ନିଦ୍ରାରେ । ପାଖରେ ରୋଗୀ ଚିକିତ୍ସା ପାଇଁ ବସିଛନ୍ତି, । ଏ ହେଉଛନ୍ତି ଆୟୂଷ ଡାକ୍ତର ଅନବୀକାନ୍ତ ସାହୁ। ମଦ ନିଶାରେ ଏତେ ଚୁର୍ ଯେ, ଡାକ୍ତର ବାବୁ ଆଉଟଡୋର ଟେବୁଲରେ ଶୋଇ ପଡିଛନ୍ତି। କ୍ୟାମେରା ଦେଖି ସିକ୍ୟୁରିଟି ଗାର୍ଡ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ, ହେଲେ ଡାକ୍ତର ହୋସ୍ରେ ଥିଲେ ସିନା ଉଠିବେ। ତେବେ କିଛି ସମୟ ପରେ ଆଉ ଜଣେ ଡାକ୍ତର ମଦୁଆ ଡାକ୍ତରଙ୍କୁ ଉଠାଇବା ସହ ରୋଗୀଙ୍କ ଚିକିତ୍ସା କରିଥିଲେ। କିଛିଦିନ ତଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର ପୋଲିସକୁ ଅଶାଳୀନ ବ୍ୟବହାର କରି ଚର୍ଚ୍ଚା ଆସିଥିଲେ।