ପାଗଳ ଷଣ୍ଢର ଉତ୍ପାତ, ଜଣଙ୍କୁ ମାରି ୬ଜଣଙ୍କୁ କଲା ଲହୁଲୁହାଣ

0

ବିଡାନାସୀ ଭୁଆସୁଣୀ ପଠାରେ ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ । ମୃତକ ହେଉଛନ୍ତି ବିଡାନାସୀ ର ୬୦ ବର୍ଷିୟା ଅକ୍ଷୟ ବେହେରା । ସୂଚନା ମୁତାବକ ଭୁଆସୁଣୀ ପଠାକୁ ପ୍ରତିଦିନ ସ୍ଥାନୀୟ ବାସିନ୍ଦା ମାନେ ଶୌଚ ହେବାକୁ ଆସିଥାନ୍ତି । ସେହିପରି ଗତକାଲି କିଛି ଲୋକ ସେଠାକୁ ଶୌଚ କରିବାକୁ ଯାଇଥିବା ବେଳେ ଏକ ପାଗଳା ଷଣ୍ଢ ସମସ୍ତଙ୍କୁ ଆକ୍ରମଣ କରିଥିଲା । ଏହି ସମୟରେ ନିଜ ଜୀବନ ବଞ୍ଚାଇବାକୁ ଯାଇ ସମସ୍ତ ବାସିନ୍ଦା ଦୌଡ଼ିବାକୁ ଆରମ୍ଭ କରିଥିଲେ । ମାତ୍ର ୬୦ ବର୍ଷିୟା ଅକ୍ଷୟ ବେହେରା ଦୌଡ଼ି ପଳାଇବା ପାଇଁ ଅକ୍ଷମ ହେବାରୁ ଷଣ୍ଢ ଟି ବୃଦ୍ଧଙ୍କୁ ଅଚାନକ ଆକ୍ରମଣ କରିଥିଲା । ଯାହାଫଳରେ ସେହିଠାରେ ତାଙ୍କର ମୃତ୍ୟୁ ଘଟିଥିଲା । କେବଳ ସେତିକି ନୁହେଁ ଅନ୍ୟ ୫ ରୁ ୬ ଜଣଙ୍କୁ ଆହତ କରିଥିଲା । ତେବେ ଆଜି ସକାଳୁ ସକାଳୁ ଘଟଣା ସ୍ଥଳରେ ମହାନଗର ନିଗମ, ପୋଲିସ, ସ୍ଥାନୀୟ ବାସିନ୍ଦା ପହଞ୍ଚି ଷଣ୍ଢ ଟିକୁ କାବୁ କରିବାରେ ସକ୍ଷମ ହୋଇଛନ୍ତି ।