ପାଟଣାରେ ୭୩ତମ ଏନସିସି ଦିବସ ପାଳିତ

0

କେନ୍ଦୁଝର/ ବିଜୟ କାରୁଆ: କେନ୍ଦୁଝର ଜିଲ୍ଲା ପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ୭୩ତମ ଏନସିସି ଦିବସ ପାଳିତ ହୋଇ ଯାଇଛି। ଆଞ୍ଚଳିକ ମହାବିଦ୍ୟାଳୟର ଲେଫ୍ଟନାଣ୍ଟ କମାଣ୍ଡର ଧର୍ମେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣାଥାନା ଅଧିକାରୀ ରାଜେନ୍ଦ୍ର ସ୍ବାଇଁ ଯୋଗ ଦେଇଥିଲେ । ଶ୍ରୀ ସ୍ୱାଇଁ ଏନସିସି ପତାକା ଉତ୍ତୋଳନ କରି କ୍ୟାଡେଡ ମାନଙ୍କୁ ଉତ୍ତମଚରିତ୍ର ଗଠନ,ଶୃଙ୍ଖଳିତ,ସମୟାନୁବର୍ତ୍ତିତ ଦିଗରେ ନିଜକୁ ନିୟୋଜିତ ରଖିବା ଅଭିଭାଷଣ ରଖିଥିଲେ । ସମ୍ମାନିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ହରିହର ଓଝା,ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂ,ଇଂରାଜୀ ଅଧ୍ୟାପକ ଅଶ୍ୱନି କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ୧୧ଜଣ ଏନସିସି କ୍ୟାଡେଟ ଙ୍କୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର ପ୍ରଦାନ କରାଯାଇ ଥିଲା।