( କନ୍ଧମାଳ / ବନବାସୀ ପ୍ରଧାନ): ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ହଷ୍ଟେଲରେ ରହିବା , ସ୍ୱାସ୍ଥ୍ର୍ୟକର ଖାଦ୍ୟ ଖାଇବା ଏବଂ ପିନ୍ଧିବାକୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାଥିବା ରାଜ୍ୟ ସରକାର ଡିଡିମା ପିଟୁଛି । ଏହାର ସମ୍ପୂର୍ଣ୍ଣ ଓଲଟା ଦୃଶ୍ୟ ଦେଖିବାକୁ ମିଳୁଛି କନ୍ଧମାଳ ଜିଲ୍ଲା ନୂଆଗାଁ ହାଇସ୍କୁଲରେ । ଏଠି ଛାତ୍ର ମାନଙ୍କୁ କିଭଳି ଟାଙ୍କିରେ ମଇଳା ସଫା କରିବା କାର୍ଯ୍ୟରେ ନିୟୋଜିତ କରାଯାଉଛି । ଏବଂ ଛୋଟ ଛୋଟ ପିଲାମାନଙ୍କୁ ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ପୋଲେଇ କିଭଳି ନଦୀ ଗାଧୋଇବାକୁ ପଠାଇଥିଲେ ।
ଏତିକିରେ କଥା ସରିନାହିଁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ମଧ୍ୟ ଅଭିଯୋଗ ହୋଇଛି ।ରବିବାର ସକାଳ ଜଳଖିଆରେ ସୁଜିହାଲୁଆ ଦେବାର ବ୍ୟବସ୍ଥା ଥିଲେମଧ୍ୟ ଜଳଖିଆ ଦିଆନଯାଇ ସକାଳ ୯ଟାରେ ଭାତ ,ଡାଲି,ଚିକେନ ଦିଆଯାଇଥିଲା ଏଥିରେ ମଧ୍ୟ ଘୋଟାଲା କରିଛନ୍ତୀ ଦାଇତ୍ବରେ ଥିବା ସୁପରିଟେଣ୍ଡ ବା ପ୍ରଧାନଶିକ୍ଷକ ନିମ୍ନମାନର ପାଣିଆ ଡାଲି ଦିଆଯାଇଥିବା ଦେଖିବାକୁ ମିଳିଥିଲା । ମେନୁ ଅନୁସାରେ ଜଣକ ପିଛା ୫୦ଗ୍ରାମ ଡାଲି ଓ ୧୫୦ଗ୍ରାମ ଚିକେନ ଦିଆଯିବାକଥା ।ଏଥିରୁ ଜଣାପଡୁଛି ହଷ୍ଟେଲରେ ରହୁଥିବା ୩୮୦ଛାତ୍ର,୧୨୦ଛାତ୍ରୀ ମାନଙ୍କର ଅର୍ଥକୁ ପ୍ରଧାନଶିକ୍ଷକ କିଭଳି ହଡପ କରୁଛନ୍ତୀ ।ଖବର ପାଇଲାପରେ ଘଟଣା ସ୍ଥଳରେ ଫୋଟ ଉତ୍ତଳନ କରିଥିବା ଆମ ପ୍ରତିନିଧିଙ୍କୁ ପ୍ରଧାନଶିକ୍ଷକ ସୁରେଶଚନ୍ଦ୍ର ପୋଲେଇ ଦୁବ୍ୟଭହାର କରିବା ସହିତ ପୋଲିସର ଧମକ ଦେଇଥିବା ଜଣାପଡିଛି । ପ୍ରଶାସନ ଏହାର ତଦନ୍ତ କରି ଦାଇତ୍ବରେ ଥିବା ସୁପରିଟେଣ୍ଡ ବା ପ୍ରଧାନଶିକ୍ଷକଙ୍କ ବିରୋଧରେ ଦୃଢ କାଯ୍ୟାନୁଷ୍ଠାନ ପାଇଁ ଅଭିଭାବକମାନେ ଦାବୀ କରିଛନ୍ତି ।