(ଓମ ପ୍ରକାଶ ମିଶ୍ର)ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ବିଶିମୁଣ୍ଡା ପଞ୍ଚାୟତ ବାଗଦୁଲି ଗ୍ରାମରେ ୧୯୭୮ ମସିହାରେ ସ୍ଥାପିତ ହୋଇଥିବା ଏହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ୟ୍ୟନ୍ତ ମାତ୍ର ୧୭ ଜଣ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ଏମାନଙ୍କୁ ୨ ଜଣ ଶିକ୍ଷୟତ୍ରୀ ଶିକ୍ଷା ପ୍ରଦାନ କରୁଛନ୍ତି।କିନ୍ତୁ ଏବେ ଦୁଇ ଦିନ ଧରି ଲଘୁଚାପ ବର୍ଷା ହେବାରୁ ବିଦ୍ୟାଳୟର ଭିତରେ ଓ ବାହାରେ ପାଣି ପଶି ଆଣ୍ଠୁଏ ହୋଇଥିବା ଦେଖିବାକୁ ମିଳିଛି। ପାଣି ନିସ୍କାଶନ ପାଇଁ କୈ।ଣସି ବାଟ ନଥିବାରୁ ପାଠପଢ଼ା ରେ ବାଧାପ୍ରାପ୍ତ ହୋଉଛି ବୋଲି ଶିକ୍ଷୟତ୍ରୀ କହିଛନ୍ତି।ଏବେ ଏହି ଗ୍ରାମରେ ଚାରିପଟେ ଘରଗୁଡିକ ହୋଇଯିବାରୁ ବିଦ୍ୟାଳୟ ଚାରିପଟେ ପାଣି ଘେରି ହୋଇ ରହୁଛି।