(ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: ଦୁଇ ଦିନ ଧରି ଲଗାଣ ବର୍ଷା ହେଉଥିବା ଯୋଗୁଁ ମୟୁରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ପୋଖରିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାନହୋରପୁର ଗାଁର ଚୁନୁ ମାରଡିଙ୍କ ଘର ଭିତରେ ଓ ବାହାରେ ପାଣି ଜମି ରହିଛି। ଦୀପ ତଳ ଅନ୍ଧାର ଭିତରେ ଗତି କରୁଛି ନିରିହ ପରିବାର।ବାସ ଗୁହ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରିଚାଲିଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସାହାର୍ଯ୍ୟ ପାଇନାହାନ୍ତି ଏହି ନିରିହ ପରିବାର । ଆଜିକୁ ଦୀର୍ଘ ବର୍ଷ ହେଲା ଏହି ଗ୍ରାମରେ ବସବାସ କରୁଛନ୍ତି ଏହି ପରିବାର । ଚୁନୁଙ୍କ ପରିବାର ଛୋଟ ପରିବାର ନିରୀହ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାର ଉପରେ ସରକାରୀ ଅଧିକାରୀ ଙ୍କ ନଜର ପଡୁନଥିବା ସେ କହିଛନ୍ତି। ଗତକାଲି ଠାରୁ ପ୍ରବଳ ବର୍ଷା ଜାରି ରହିଥିବା ରୁ ଘର ଭିତରେ ଓ ଘର ବାହାରେ ପାଣି ଜମି ରହିଛି।ଏ ବାବଦରେ ବ୍ଲକ ର ବିଡ଼ିଓ ,ସରପଞ୍ଚ କୁ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁବିଧା ସୁଯୋଗ ଏ ପର୍ୟ୍ୟନ୍ତ ଚୁନୁ କୁ ମିଳି ନାହିଁ । ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଯୋଜନା କାହା ପାଇଁ କରାଯାଉଛି।