ପାଣ୍ଡିୟାନଙ୍କ ପରେ ପ୍ରଣବ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ରାଜ୍ୟ ରାଜନୀତିରେ, ମୁଖ୍ୟତଃ ବିଜେଡି ସୁପ୍ରିମୋଙ୍କ ଦୁଇ ହାତ ଭାବେ ଜଣା ଆଇଏଏସ୍ ଅଫିସର ଭି କାର୍ତ୍ତିକେୟନ ପାଣ୍ଡିୟାନ ଓ ଯୁବ ରାଜନେତା ପ୍ରଣବ ପ୍ରକାଶ ଦାଶ । ଉଭୟଙ୍କ ଦ୍ୱାରା ସରକାରୀ କଳ ଓ ରାଜନୀତିର ଗୋଟିଚାଳନା ହୋଇଥିବା କୁହାଯାଇଥାଏ । ତେଣୁ ଉଭୟ ସୁପ୍ରିମୋଙ୍କ ବିଶ୍ୱସ୍ଥ ଓ ଖାସ ଲୋକ । ଏହାକୁ ନେଇ ପୁରସ୍କାର ସ୍ୱରୂପ ଆଜି ମୁଖ୍ୟମନ୍ତ୍ରୀ ପାଣ୍ଡିୟାନଙ୍କୁ ତାଙ୍କ ବ୍ୟକ୍ତିଗତ ସଚିବ ସହ ୫ଞର ସଚିବ ଦାୟିତ୍ୱ ଦେଇଛନ୍ତି । ଏବେ ଲୋକେ ଆଲୋଚନା କରୁଛନ୍ତି, ପ୍ରଣବଙ୍କର କଣ ହେବ? ତାଙ୍କୁ କେଉଁ ଦାୟିତ୍ୱ ଦେବେ ମୁଖ୍ୟମନ୍ତ୍ରୀ?
ରାଜ୍ୟ ରାଜନୀତି ସମ୍ପର୍କରେ କିଞ୍ôଚତ ଧାରଣାଧାରୀଙ୍କୁ ଜଣାଅଛି, ରାଜ୍ୟ ରାଜନୀତିରେ ପ୍ରଣବ ହେଉଛନ୍ତି ବିଜେଡି ପାଇଁ ସଙ୍କଟ ମୋଚକ । ଦଳ ଯେତେବେଳେ ଯେଉଁ ପ୍ରକାରର ସମସ୍ୟାରେ ପଡିଲେ ମଧ୍ୟ ପ୍ରଣବ ସେସବୁକୁ ମାତ ଦେଇ ଦଳକୁ ସୁରକ୍ଷିତ ପାର ଲଗାଇଥାନ୍ତି । ଚଳିତ ସାଧାରଣ ନିର୍ବାଚନ ସମୟରେ ସେ ଟିକେଟ ବଣ୍ଟାଠାରୁ ଆରମ୍ଭ କରି ନେତା ଓ କର୍ମୀଙ୍କୁ କେଉଁ ନିର୍ବାଚନ ମଣ୍ଡଳୀରେ ନିୟୋଜିତ କରିବେ, ଦଳରେ କିପରି ସମନ୍ୱୟ ରକ୍ଷା କରାଯିବ, ତାହା ସବୁ ତଦାରଖ କରି ବିଜେଡି ବିଜୟର ଏକ ମୁଖ୍ୟ ନାୟକ ସାଜିଛନ୍ତି । ଦୁଇ ବର୍ଷ ଧରି ସେ ମନ୍ତ୍ରୀ ପଦରେ ନ ଥିଲେ ମଧ୍ୟ ଦଳ ପ୍ରତି ଉତ୍ସର୍ଗୀକୃତ ପ୍ରଣବ । ଅନ୍ୟମାନଙ୍କ ପରି ଟିକେଟ ନ ମିଳିବାକୁ ନେଇ ନିର୍ବାଚନ ସମୟରେ ପ୍ରଣବଙ୍କ ମଧ୍ୟରେ କୌଣସି ଆବିଳତା ଦେଖିବାକୁ ମିଳିନଥିଲା କି ମନ୍ତ୍ରୀପଦରୁ ବାଦ ପଡିବା ପରେ ସେ ଦଳ ବିରୋଧୀ ବୟାନ ବାଜି କରି ନାହାନ୍ତି । ଯାହା ନିର୍ବାଚନ ଆଗରୁ କହିଥିଲେ, ସେଥିରେ ସେ ଆଜି ମଧ୍ୟ ଅଟଳ ଅଛନ୍ତି । କୌଣସି ପଦ ପଦବୀ, ଟିକେଟ, ମନ୍ତ୍ରୀପଦର ଆବଶ୍ୟକତା ନାହିଁ ପ୍ରଣବଙ୍କୁ । ସେ ଦଳର ଜଣେ ସାଧାରଣ କର୍ମୀ ପରି ଦଳର ବିକାଶରେ ନିଜକୁ ଉତ୍ସର୍ଗ କରିବା ସହ ଦଳର ସର୍ବାଙ୍ଗୀନ ଉନ୍ନତିରେ ନିଜକୁ ନିୟୋଜିତ କରିଛନ୍ତି । ସାଧାରଣ କର୍ମୀଟିଏ ପରି ଆବଶ୍ୟକ ବେଳେ ଭିଡ ନିୟନ୍ତ୍ରଣ କରିବାକୁ ପଛେଇନାହାନ୍ତି ।
ତେଣୁ ଏବେ ଦଳର ସୁପ୍ରିମୋ ତାଙ୍କୁ କି ଭେଟି ଦେବେ, ତା ଉପରେ ସମସ୍ତଙ୍କ ନଜର । ଶୁଣିବାକୁ ମିଳୁଛି, ପ୍ରଣବ ମଧ୍ୟ ସୁପ୍ରିମୋଙ୍କ ଦ୍ୱାରା ସମ୍ମାନିତ ହେବେ । ସବୁ ଥର ଭଳି ସୁପ୍ରିମୋ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଣବଙ୍କୁ ପ୍ରଦାନ କରିବେ । ଏବେ ଅପେକ୍ଷା ପ୍ରଣବଙ୍କ ଶ୍ରମ ପ୍ରତିବଦଳରେ କି ପୁରସ୍କାର ତାଙ୍କୁ ମିଳୁଛି?