(ଓମ ପ୍ରକାଶ ମିଶ୍ର)ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ର କୋଟସମଲାଇ ଗ୍ରାମର ନିକଟସ୍ଥ ରେ ଥିବା ପାତଳୀ ଶ୍ରୀକ୍ଷେତ୍ରରେ ରାସ ପୂର୍ଣ୍ଣୀମା ଅବସରରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ପରିଲକ୍ଷିତ ହୋଇଛି।ବିଶେଷ କରି ପଞ୍ଚୁକ ଠାରୁ ଶ୍ରୀଜଗନ୍ନାଥଙ୍କ ରାଇ ଦାମୋଦର ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି।ଚତୁର୍ଦ୍ଦଶୀ ରାତ୍ରିରେ ବିଭିନ୍ନ ସ୍ଥାନରୁ ଶତାଧିକ ଶ୍ରଦ୍ଧାଳୁ ପାତାଳୀ ଶ୍ରୀକ୍ଷେତ୍ରରେ ଉଜାଗର ରହି ସକାଳୁ ସ୍ଥାନୀୟ ମେଣ୍ଡଲି ମୁଣ୍ଡାରେ ବୋଇତ ବନ୍ଦାଣ ଉତ୍ସବ କରିଥିଲେ।ଛଳିଆ ପାହାଡ଼ରେ ଥିବା ଜଗନ୍ନାଥ ସ୍ୱାମୀ ଙ୍କର ଚତୁର୍ଦ୍ଧା ମୂର୍ତ୍ତିର ଦର୍ଶନ କରିଥିଲେ।ଟ୍ରଷ୍ଟି ର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଙ୍କ ସମେତ ଜାନକୀ ରାମ ଦେହେରି,ଜଗଦୀଶ ପଣ୍ଡା,ଗ୍ରାମର ଲୋକମାନେ ବିଶେଷ ସହଯୋଗ କରିଥିଲେ।