ପାତାଳୀ ଶ୍ରୀକ୍ଷେତ୍ର ପର୍ୟ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ଭୂମିପୂଜା

0

(ଓମ୍ ପ୍ରକାଶ ମିଶ୍ର / ସୋନପୁର): ସୁବର୍ଣ୍ଣପୁର ଜିଲ୍ଲାର ଐତିହାସିକ ପର୍ୟ୍ୟଟନ ସ୍ଥଳୀ ପାତାଳୀ ଶ୍ରୀକ୍ଷେତ୍ରରେ ଉନ୍ନତିମୂଳକ କାର୍ୟ୍ୟ ପାଇଁ ଆଜି ଭୂମିପୂଜନ ସହ ଏକ ସଭା ହୋଇଯାଇଛି । ।ଏଥିରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ,ରାଜ୍ୟ ପର୍ୟ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର,ଆରକ୍ଷ ଅଧିକାରୀ ଦେବୀ ପ୍ରସାଦ ଦାସ । ଭିଡିଓ କନଫେରେନ୍ସରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇଥିଲେ । ଓଟିଡିସି ପକ୍ଷରୁ ପାର୍କ,ଲାଇଟ,ଦୋକାନ ଘର,ରାସ୍ତା ମରାମତି, ମନ୍ଦିର ଆଦି ବ୍ୟବସ୍ଥା ଅଛି।ଅତିଶୀଘ୍ର କାର୍ୟ୍ୟ ଆରମ୍ଭ ହେବ ବୋଲି ଅଧ୍ୟକ୍ଷା କହିଛନ୍ତି ।ପ୍ରଶାସନ ପକ୍ଷରୁ କଡାକଡି ସୁରକ୍ଷା ପାଇଁ ପୋଲିସ ବାହିନୀ ଉପସ୍ଥିତ ଥିଲେ ।କୋଭିଡ କଟକଣା ଯୋଗୁଁ ସମସ୍ତେ ମାସ୍କ ପିନ୍ଧିଥିଲେ ଓ ସାମାଜିକ ଦୂରତା ରକ୍ଷା କରିଥିଲେ ।ପାତାଳୀ ଟ୍ରଷ୍ଟର ସମସ୍ତ କର୍ମକତ୍ତା ଉପସ୍ଥିତ ଥାଇ କାର୍ୟ୍ୟ ତୁଳାଇଥିଲେ । ତା ସଙ୍ଗେ ପାତାଳୀ ସେନାର ସମସ୍ତ ସଦସ୍ୟ ଉପସ୍ଥିତ ଥାଇ ସାହାଯ୍ୟ କରିଥିଲେ ।