(ରିପୋଟରର୍ସ ଟୁଡ଼େ): ପ୍ରାୟତଃ ବ୍ୟକ୍ତିଙ୍କ ପାଦର ଦ୍ବିତୀୟ ଆଙ୍ଗୁଳି ଅର୍ଥାତ୍ ବୁଢ଼ା ଆଙ୍ଗୁଠି କଡ଼ରେ ଥିବା ଆଙ୍ଗୁଳି ବାକି ଆଙ୍ଗୁଳି ତୁଳନାରେ ବଡ଼ ହୋଇଥାଏ। ଯେଉଁମାନଙ୍କ ଆଙ୍ଗୁଠି ଏପରି ହୋଇଥାଏ ତାଙ୍କ ଜୀବନରେ ଅନେକ କିଛି ପରିବର୍ତ୍ତନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ..
୧.ଯେଉଁ ବ୍ୟକ୍ତିଙ୍କ ପାଦର ଦ୍ବିତୀୟ ଆଙ୍ଗୁଠି ଲମ୍ବା ହୋଇଥାଏ ସେମାନେ ଦେଖିବାକୁ ଖୁବ୍ ଆକର୍ଷଣୀୟ ହୋଇଥାଆନ୍ତି। ଏମାନେ ଅତ୍ୟନ୍ତ ସହଜରେ ଅନ୍ୟ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଆନ୍ତି।
୨.ଯେଉଁ ମହିଳାଙ୍କ ପାଦର ଦ୍ବିତୀୟ ଆଙ୍ଗୁଠି ଲମ୍ବା ହୋଇଥାଏ ସେମାନେ ନିଜ ସ୍ବାମୀଙ୍କୁ ବହୁତ ଭଲ ପାଇଥାଆନ୍ତି। କିନ୍ତୁ ଏମାନେ ନିଜ ଭଲ ପାଇବା ଅନ୍ୟ ଆଗରେ ପ୍ରକାଶ କରିପାରନ୍ତି ନାହିଁ।
୩.ଏମାନେ ଅତ୍ୟନ୍ତ ଉତ୍ତମ ସ୍ବଭାବର ହୋଇଥାଆନ୍ତି। ଏମାନେ ଖୁବ୍ ଶୀଘ୍ର ରାଗି ଯାଇଥାଆନ୍ତି। ସେମାନେ ରାଗ କାହା ଆଗରେ ପ୍ରକାଶ କରନ୍ତି ନାହିଁ।
୪.ଏମାନଙ୍କ ଜୀବନରେ କେତେକ ସମସ୍ୟା ଥାଏ କିନ୍ତୁ ଏହି ବ୍ୟକ୍ତିମାନେ ନିଜ ଜୀବନରେ ସଫଳ ହୋଇଥାଆନ୍ତି। କଠିନ ପରିଶ୍ରମ କରିବା ଦ୍ବାରା ସେମାନେ ସଫଳତା ହାସଲ କରିଥାଆନ୍ତି। ଏମାନଙ୍କ ମଧ୍ୟରେ ନେତୃତ୍ବ ନେବାର ଗୁଣ ଥାଏ।ଏମାନେ ସବୁବେଳେ ଅନ୍ୟର ଧ୍ୟାନ ନିଜ ଆଡ଼କୁ ଆକର୍ଷିତ କରିଥାଆନ୍ତି। ଏମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଆନ୍ତି।