ପାନୀୟ ଜଳ ଓ ପରିମଳ ସଚିବ ଦାୟିତ୍ୱ ନେଲେ ଓଡିଆ କ୍ୟାଡରର ଆଇଏଏସ ଅଫିସର

0

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ସଚିବ ଭାବେ ଓଡିଶା କ୍ୟାଡରର ଆଇଏଏସ ଅଫିସର ଉପେନ୍ଦ୍ର ପ୍ରସାଦ ସିଂ ଦାୟିତ୍ୱ ନେଇଛନ୍ତି । ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ନବୀକରଣ ସଚିବ ଭାବେ କାର୍ଯ୍ୟ କରିବା ସହ ଅତିରିକ୍ତ ଦାୟିତ୍ୱ ସହ ପରିମଳ ଓ ଜଳ ସଚିବ ଭାବେ କାର୍ଯ୍ୟ କରିବେ । ୧୯୮୫ ବ୍ୟାଚର ଓଡିଶା କ୍ୟାଡରର ବରିଷ୍ଠ ଆଇଏଏସ ଅଫିସର ଶ୍ରୀ ସିଂ ଏବେ ଦୁଇଟି ଗୁରୁତ୍ୱପୂଣ୍ଣୟ ଜାତୀୟ ମିଶନକୁ ସମ୍ଭାଳିବେ । ସେ ଜଳ ଜୀବନ ମିଶନ ଓ ସ୍ୱଚ୍ଛ ଭାରତ ମିଶନ-୨ ପରିଚାଳନା କରିବେ ।
ତେବେ ଏହି ଦାୟିତ୍ୱ ଏବେ ତାଙ୍କ ପାଇଁ ସହଜ ହେବ ନାହିଁ । କାରଣ ୨୦୨୪ ସୁଦ୍ଧା ସମସ୍ତ ପରିବାରକୁ ଘରୋଇ ଟ୍ୟାପ କନେକ୍ସନ ମାଧ୍ୟମରେ ସଠିକ ପରିମାଣରେ ସୁଦ୍ଧ ପାନୀୟ ଜଳ ଯୋଗାଇବାକୁ ଜଳ ଜୀବନ ମିଶନ ଲକ୍ଷ୍ୟ ରଖିଛି । ସ୍ୱଚ୍ଛ ଭାରତ ମିଶନ-୨ ସ୍ୱଚ୍ଛ ଭାରତ ମିଶନର ଦୀର୍ଘ ସ୍ଥାୟୀତ୍ୱକୁ ନିଶ୍ଚିତ କରିବ ଏବଂ ଗ୍ରାମାଞ୍ଚଳରେ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ନିରାପଦ ତଥା ଉତ୍ତମ ପରିଚାଳନା ପାଇଁ ମଧ୍ୟ କାର୍ଯ୍ୟ କରିବ ।