( ଦୀପକ ମିଶ୍ର): ମୟୂରଭଞ୍ଜ ଜିଲ୍ଲା ଉଦଳା ଏନଏସି ଅଞ୍ଚଳରେ ଆଜି ବିଭିନ୍ନ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କରିଛନ୍ତି ଉଦଳା ବିଧାୟକ । ଉଦଳା ଏନଏସି ୧ନଂ ୱାର୍ଡରେ ଜଳଯୋଗାଣର ଉନ୍ନତି ନିମନ୍ତେ ରେଭିନ୍ୟୁ କଲୋନୀରେ ଭୂତଳ ଜଳ ଭଣ୍ଡାର ନିର୍ମାଣ , ଏନଏସିର ୯,୧୦ ଏବଂ ୧୨ନଂ ୱାର୍ଡରେ ପାଇପ ଲାଇନ ସଂପ୍ରସାରଣ ନିମନ୍ତେ ଏହି ଜଳ ଭଣ୍ଡାର ପ୍ରକଳ୍ପର ଉଦଘାଟନ କରାଯାଇଛି । ଉଦଳା ବିଧାୟକ ଗୋଲକ ବିହାରୀ ନାଏକ , ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀ , ଉପଜିଲ୍ଲାପାଳ ଭଗବାନ ବେହେରା , ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ୪୪ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ପାନୀୟଜଳ ପ୍ରକଳ୍ପ ତିନି ଗୋଟି ଉଦଘାଟିତ ହୋଇଯାଇଛି । ଏହା ଦ୍ୱାରା ଏନଏସିର ୧,୨,୩ ଏବଂ ୪ନଂ ୱାର୍ଡର ପାନୀୟ ଜଳ ସମସ୍ୟା ଦୂର ହେବ ବୋଲି ବିଧାୟକ କହିଛନ୍ତି ।