ପାନ ଖାଇ ଶ୍ରୀମନ୍ଦିରକୁ ପ୍ରବେଶ ମନା

0

(ମମତା ସାମଲ)ରିପୋର୍ଟସଟୁଡେ: ଏଣିକି ପାନ ଖାଇ କେହି ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ । ସେବାୟତ ହୁଅନ୍ତୁ ଅବା ଭକ୍ତ କେହି ବି ଧରାପଡିଲେ ସେମାନଙ୍କଠାରୁ ଜରିମାନା ଆଦାୟ ହେବ । ଅଗଷ୍ଟ ୧ତାରିଖରୁ ଏହି କଟକଣା କଡାକଡି ଭାବେ ଲାଗୁ କରାଯିବ । ପାନ ଖାଇ ଯଦି କେହି ମନ୍ଦିରକୁ ପ୍ରବେଶ କରି ଧରାପଡିବେ ତେବେ ସେମାନଙ୍କଠାରୁ ୫୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ । ସୋମବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।