(ପ୍ରଶାନ୍ତ କୁମାର ସ୍ବାଇଁ / ପାରାଦ୍ବୀପ) : ଓଡ଼ିଶା କଳା ସଂସ୍କୃତିର ରାଜ୍ୟ । ଏଠି ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ । ସେହିପରି ବିଶ୍ବର ବଡ଼ ଠାକୁର ପ୍ରଭୁ ଜଗନ୍ନାଥ ଙ୍କର ଘୋଷଯାତ୍ରା ସାରା ବିଶ୍ବରେ ପ୍ରସିଦ୍ଧ ଲାଭ କରିଛି । ତେବେ ଶ୍ରୀକ୍ଷେତ୍ର ପୂରୀ ରେ ଘୋଷଯାତ୍ରା ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆରମ୍ଭ ହୋଇଥିବା ବେଳେ ପାରାଦୀପ ଇଫକୋ କମ୍ପାନୀ ପକ୍ଷରୁ ପ୍ରଥମ ଥର ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ଆରମ୍ଭ କରାଯାଇଛି। ତେବେ ପୂର୍ବରୁ ଇଫକୋ ପରିସରରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା ବେଳେ ଚଳିତ ବର୍ଷ ଠାରୁ ଘୋଷଯାତ୍ରା ଆରମ୍ଭ କରାଯାଇଛି। ଯେଉଁ ଭଳି ଶ୍ରୀକ୍ଷେତ୍ର ପୂରୀରେ ରୀତିନୀତି ଅନୁଯାୟୀ ପ୍ରଭୁ ଙ୍କ ପହଣ୍ଡି, ରଥ ଉପରେ ଛେରାପହଁରା ଆଦି ସମସ୍ତ ପୂଜାର୍ଚ୍ଚନା ପରେ ରଥରେ ବିରାଜମାନ ତିନି ଠାକୁରଙ୍କ ର ରଥଟଣା ହୋଇଥିଲା। ଦେଖିବାକୁ ଗଲେ ଇଫକୋ କମ୍ପାନୀ ରେ ରାଜ୍ୟ ବାହାରୁ ଆସି ଚାକିରୀ କରଥିଲେ ମଧ ଓଡ଼ିଆ ସଂସ୍କୃତି ଓ ପରମ୍ପରା କୁ ନ ଭୁଲି ବିଶ୍ବର ସବୁଠାରୁ ବଡ଼ ପରବ ଘୋଷଯାତ୍ରା ପାଳନ କରିବା ନିଶ୍ଚିତ ସ୍ବାଗତଯୋଗ୍ୟ। ଏହି ଘୋଷଯାତ୍ରା ରେ ଇଫକୋ ପରିସର ଏକ ଆଧ୍ୟାତ୍ମିକ ପରିବେଶ ସୄଷ୍ଟି ହୋଇଛି।